ଓଡିଶା

odisha

By

Published : Feb 1, 2021, 3:52 PM IST

ETV Bharat / sitara

ମାଧୁରୀଙ୍କ ସହ କାମ କରିବାକୁ ସ୍ବପ୍ନ ଦେଖୁଛନ୍ତି ରେଣୁକା

ଏକ ସାକ୍ଷାତକାରରେ ମାଧୁରୀଙ୍କୁ ନେଇ ମନ କଥା କହିଲେ ରେଣୁକା । ଏକାଠି ଦୁଇଟି ଫିଲ୍ମରେ କାମ କରିସାରିଛନ୍ତି ଏହି ଦୁଇ ଅଭିନେତ୍ରୀ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଆଇଏଏନଏସ
ଫଟୋ ସୌଜନ୍ୟ: ଆଇଏଏନଏସ

ମୁମ୍ବାଇ: ଅଭିନେତ୍ରୀ ତଥା ନିର୍ଦ୍ଦେଶିକା ରେଣୁକା ଶାହାଣୀ ବର୍ତ୍ତମାନ ନିଜର ଏକ ବୟାନକୁ ନେଇ ଚର୍ଚ୍ଚାରେ । ସେ ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତଙ୍କୁ ନେଇ ମନ କଥା ସେୟାର କରିଛନ୍ତି । ତାଙ୍କ ପାଇଁ ମାଧୁରୀଙ୍କ ସହ କାମ କରିବା କୌଣସି ସ୍ବପ୍ନଠୁ କମ୍ ନୁହେଁ ଏବଂ ସେ ମାଧୁରୀଙ୍କ ଫିଲ୍ମରେ ନିର୍ଦ୍ଦେଶନା ମଧ୍ୟ ଦେବାକୁ ଚାହୁଁଛନ୍ତି ।

ସେ ଏକ ସାକ୍ଷାତକାରରେ କହିଛନ୍ତି, ‘ମାଧୁରୀ ମୋର ସବୁ କୋ-ଷ୍ଟାରଙ୍କ ମଧ୍ୟରେ ବେଷ୍ଟ । ତାଙ୍କ ସହ କାମ କରିବା ମୋ ପାଇଁ ସ୍ବପ୍ନ । ଭଲ ଅଭିନେତ୍ରୀ ବ୍ୟତୀତ ସେ ଜଣେ ଭଲ ମହିଳା ମଧ୍ୟ । ମୁଁ ତଥାପି ଅନୁଭବ କରୁଛି ଯେ ତାଙ୍କର ଅଧିକାଂଶ ପ୍ରତିଭା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ମୁଁ ତାଙ୍କୁ ଫିଲ୍ମରେ ନିର୍ଦ୍ଦେଶନା ଦେବାକୁ ଚାହୁଁଛି । ମୋ ମୁଣ୍ଡରେ ଅନେକ ଧାରଣା ସୃଷ୍ଟି ହେଉଛି। କିନ୍ତୁ ସ୍କ୍ରିପ୍ଟ ସରିବା ପରେ ମୁଁ ଆଗାମୀ ପଦକ୍ଷେପ ନେବି। ଯାହା ପରେ ମୁଁ ନିଶ୍ଚିତ ଭାବରେ ତାଙ୍କ ନିକଟକୁ ଯିବି ଏବଂ ମୋ ସହ କାମ କରିବାକୁ ମନାଇବି ।’

ପ୍ରକାଶ ଥାଉକି ମାଧୁରୀ ଓ ରେଣୁକା ଫିଲ୍ମ ‘ହମ୍ ଆପକେ ହେଁ କୌନ’ ଏବଂ ‘ବକେଟ୍ ଲିଷ୍ଟ’ରେ ଏକାଠି କାମ କରିଥିଲେ । ସେହିପରି କାଜୋଲଙ୍କ ଫିଲ୍ମ ‘ତ୍ରିଭଙ୍ଗା’ରେ ନିର୍ଦ୍ଦେଶନା ଦେଇଛନ୍ତି ରେଣୁକା ।

@IANS

ABOUT THE AUTHOR

...view details