ଓଡିଶା

odisha

ETV Bharat / sitara

ଝିଅ ରଶାଙ୍କୁ ସ୍ପେଶାଲ ବର୍ଥଡେ ୱିଶ କଲେ ରବୀନା

ସୋସିଆଲ ମିଡିଆରେ ରଶାଙ୍କ ଫଟୋ ସେୟାର କରି ମା' ରବୀନା ଲେଖିଲେ ମନ କଥା । 2005 ମାର୍ଚ୍ଚ 16ରେ ରବୀନାଙ୍କ କୋଳରେ ଆଖି ଖୋଲିଥିଲେ ଲାଡଲୀ ରଶା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରବୀନା ଟଣ୍ଡନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରବୀନା ଟଣ୍ଡନ

By

Published : Mar 16, 2021, 3:21 PM IST

ମୁମ୍ବାଇ: ଆଜି 16 ବର୍ଷ ବୟସରେ ପଦାର୍ପଣ କରିଛନ୍ତି ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ଲାଡଲୀ ରଶା ଥଣ୍ଡାନି । ଯାହାକୁ ନେଇ ରବୀନାଙ୍କ ଖୁସି ନକହିଲେ ସରେ । ଆଉ ଝିଅର ବର୍ଥଡେ ସ୍ପେଶାଲ କରିବା ପାଇଁ ରବୀନା ସୋସିଆଲ ମିଡିଆରେ ତାଙ୍କର ଅନେକ ଫଟୋ ପୋଷ୍ଟ କରି ଭାବିବିହ୍ବଳ ନୋଟ୍ ଲେଖିଛନ୍ତି ।

ସେ ଇନଷ୍ଟାଗ୍ରାମରେ ରଶାଙ୍କ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ଜନ୍ମଦିନର ଶୁଭେଚ୍ଛା ତାଙ୍କୁ ଯିଏ ମୋର ଲାଇଫ୍ ଟାଇମ ସାଙ୍ଗ, ଯିଏ ପିଲାବେଳୁ ମତେ ସବୁବେଳେ ସ୍ପେଶାଲ ଅନୁଭବ କରାଇ ଆସୁଛନ୍ତି । ସବୁବେଳେ ଏକାଠି ରହିବା । ଧନ୍ୟବାଦ ।’

ରବୀନା 2004ରେ ଅନିଲ ଥଡାନିଙ୍କୁ ବିବାହ କରିଥିଲେ । ଏହାର ଠିକ୍ ଏକ ବର୍ଷ ପରେ ତଥା 2005 ମାର୍ଚ୍ଚ 16ରେ ଜନ୍ମ ନେଇଥିଲା ରଶା । ଆଉ 2008ରେ ପୁଅ ରଣବୀରଙ୍କୁ ଜନ୍ମ ଦେଇଥିଲେ ରବୀନା । ସେହିପରି ବିବାହ ପୂର୍ବରୁ ଅଭିନେତ୍ରୀ ଦୁଇ ଅନାଥ ଝିଅ ପୂଜା ଓ ଛାୟାଙ୍କ ପୋଷ୍ୟ କନ୍ୟା ରୂପେ ଲାଳନ ପାଳନ ଦାୟିତ୍ବ ନେଇଥିଲେ ।

ABOUT THE AUTHOR

...view details