ମୁମ୍ବାଇ:ନିକଟରେ ହିମାଚଳ ପ୍ରଦେଶରେ ଏକ ଫିଲ୍ମର ସୁଟିଂ କରିଥିଲେ ଲୋକପ୍ରିୟ ଅଭିନେତ୍ରୀ ରବୀନା ଟଣ୍ଡନ । ସୁଟିଂ ସିଡ୍ୟୁଲ ଶେଷ କରି ମୁମ୍ବାଇ ଫେରିଆସିଛନ୍ତି ସେ । ଆଉ ଷ୍ଟିଡିଓରେ ଆରମ୍ଭ କରିଛନ୍ତି ପୁନଃ କାମ । ଯାହାର ସୂଚନା ସେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଦେଇଛନ୍ତି । ମଜାଦାର ଅନ୍ଦାଜରେ ଡବିଂ ଷ୍ଟୁଡିଓ ବିଷୟରେ କହିଛନ୍ତି ଏମିତି କଥା ।
କଥାଟି ହେଲା ଯେ ସେ ବୁଧବାର ଫିଲ୍ମ ଡବିଂ କାମ ଆରମ୍ଭ କରିଛନ୍ତି । ଆଉ ଇନଷ୍ଟାଗ୍ରାମରେ ଷ୍ଟୁଡିଓରୁ କ୍ରୁଙ୍କ ସହ ନିଜର ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ମୁମ୍ବାଇ ଆସି କାମକୁ ଫେରିଛି । ଏମିତି ଲାଗୁଛି ଡବିଂ ଥିଏଟର ଏବେ ଅପରେସନ ଥିଏଟର ପରି । ତଥାପି ଯାତ୍ରା ତ ନିହାତି ଚାଲିବ । ଆଉ ଆମ ସମସ୍ତଙ୍କୁ ସୁରକ୍ଷିତ ରହିବା ପାଇଁ ସଚେତନା ବାର୍ତ୍ତା ଶିଖିବାକୁ ପଡିବ । ୱାର୍କମୁଡ ଆଉଟଫିଟ୍ । ’