ମୁମ୍ବାଇ: ଗତ ବର୍ଷ ପପୁଲାର ପ୍ରଡକ୍ସନ ହାଉସ ଜଙ୍ଗଲ ପିକ୍ଚର୍ସ ଲୋକପ୍ରିୟ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସହ ନିଜର ଦ୍ବିତୀୟ ଫିଲ୍ମ ଘୋଷଣା କରିଥିଲା । ଯାହାର ଟାଇଟେଲ ରଖାଯାଇଛି ‘ଡକ୍ଟର ଜି’ । ସେହିପରି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ନିର୍ଦ୍ଦେଶିକା ଅନୁଭୂତି କଶ୍ୟପ। ଇତିମଧ୍ୟରେ ଫିଲ୍ମକୁ ନେଇ ନୂଆ ଖବର ସାମ୍ନାକୁ ଆସିଛି । ଶୁଣିବାକୁ ମିଳୁଛି ଆୟୁଷ୍ମାନଙ୍କ ସହ ଏଥର ପରଦାରେ ରୋମାନ୍ସ କରିବେ ରକୁଲ ପ୍ରୀତ ସିଂ । ପ୍ରଥମଥର ଏହି ଯୋଡି ଏକାଠି କାମ କରିବାକୁ ନେଇ ଏକ୍ସାଇଟେଡ ଅଛନ୍ତି । ରକୁଲଙ୍କ ପୂର୍ବରୁ ଏହି ଫିଲ୍ମରେ ମୃଣାଳ ଠାକୁରଙ୍କୁ ସାଇନ କରାଇଥିଲେ ମେକର୍ସ । ହେଲେ ସେ ଏହି ସମୟରେ ବ୍ୟସ୍ତ ଥିବାରୁ ଫିଲ୍ମ କରିବାକୁ ମନା କରିଦେଇଥିଲେ ।
ଫିଲ୍ମରେ ଡାକ୍ତରାଣୀ ଫାତିମା ଭୂମିକାରେ ଅଭିନୟ କରିବେ ରକୁଲ । ସେପଟେ ଆୟୁଷ୍ମାନ ଡାକ୍ତର ଉଦୟ ଗୁପ୍ତା ଭୂମିକାରେ ଦେଖାଯିବେ । ଫିଲ୍ମରେ ସାମିଲ ହେବା ଅବସରରେ ରକୁଲ କହିଛନ୍ତି, ‘ଡକ୍ଟର ଜିର ଏକ ଅଂଶ ହୋଇଥିବାରୁ ମୁଁ ଅତ୍ୟଧିକ ଉତ୍ସାହିତ । ମୋ କୋ-ଷ୍ଟାର ଆୟୁଷ୍ମାନ ଠାରୁ ଆରମ୍ଭ କରି ଏହି ଫିଲ୍ମରେ ସବୁ କିଛି ମୋ ପାଇଁ ନୂଆ । ଆମକୁ ଏକାଠି କରିଥିବାରୁ ମୁଁ ଜଙ୍ଗଲି ପିକ୍ଚର୍ସ ଏବଂ ନିର୍ଦ୍ଦେଶିକା ଅନୁଭୂତି କାଶ୍ୟପଙ୍କୁ ଧନ୍ୟବାଦ ଜଣାଉଛି । ମୁଁ ସ୍କ୍ରିପ୍ଟ ପଢିବା ଦିନଠୁ ମୋ ଏଥିରେ କାମ କରିବାକୁ ନେଇ ଉତ୍ସାହିତ ।’