ଓଡିଶା

odisha

By

Published : Apr 13, 2021, 12:26 PM IST

ETV Bharat / sitara

ପିଲାଙ୍କୁ ସେଓ ବାଣ୍ଟିଲେ ରାକ୍ଷୀ, ଭିଡିଓ ଭାଇରାଲ

ପୁଣି ଚର୍ଚ୍ଚାରେ ରାକ୍ଷୀ । ଏଥର ସେ କୌଣସି ଡ୍ରାମା ପାଇଁ ନୁହେଁ ବରଂ ଗରିବ ପିଲାଙ୍କୁ ସେଓ ଦେଇ ସମସ୍ତଙ୍କ ମନ କିଣିଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ବଲିଉଡର ଡ୍ରାମା କୁଇନ ରାକ୍ଷୀ ସାୱନ୍ତ ସବୁବେଳେ ଲାଇମଲାଇଟରେ ରହିବାକୁ ଭଲ ପାଆନ୍ତି । ସେ ଯାହା ବି କରନ୍ତି ଚର୍ଚ୍ଚାରେ ଆସିଯାଆନ୍ତି । ଏଥର ମଧ୍ୟ ଏମିତି କିଛି ଦେଖିବାକୁ ମିଳୁଛି । ବର୍ତ୍ତମାନ ଭାଇରାଲ ହେଉଛି ତାଙ୍କର ଏକ ନୂଆ ଭିଡିଓ । ଯେଉଁଥିରେ ସେ ଗରିବ ପିଲାଙ୍କୁ ସେଓ ଦେଉଥିବାର ନଜର ଆସୁଛନ୍ତି ।

ଭିଡିଓଟିକୁ ଏକ ଫ୍ୟାନକ୍ଲବ ଇନଷ୍ଟାଗ୍ରାମ ପେଜରେ ସେୟାର କରାଯାଇଛି । ସେହିପରି ଭିଡିଓରେ ଦେଖିବାକୁ ମିଳୁଛି ମୁମ୍ବାଇର ରାସ୍ତାକଡରେ ଥିବା ଏକ ଫଳ ଦୋକାନରେ ରାକ୍ଷୀ ପଇଡ ପିଇବାକୁ ଠିଆ ହୋଇଛନ୍ତି । ଆଉ ତାଙ୍କ ପାଖରେ କିଛି କିଛି ଛୁଆ ନଜର ଆସୁଛନ୍ତି । ଯାହାଙ୍କୁ ସେଓ ଦେଇ ରାକ୍ଷୀ ସେମାନଙ୍କୁ ପାଠ ପଢିବାକୁ ପରାର୍ମଶ ମଧ୍ୟ ଦେଉଛନ୍ତି । ଖାଲି ଏତିକି ନୁହେଁ ଭିଡିଓରେ ରାକ୍ଷୀ ବିନ୍ଦାସ ଅନ୍ଦାଜ ମଧ୍ୟ ଦେଖିବାକୁ ମିଳୁଛି । ଦେଖନ୍ତୁ ଭିଡିଓ...

ABOUT THE AUTHOR

...view details