ଓଡିଶା

odisha

By

Published : Jun 28, 2021, 11:57 AM IST

ETV Bharat / sitara

‘RAY’ରେ ରାଧିକାଙ୍କ ପ୍ରଶଂସା, ଧନ୍ୟବାଦ ଜଣାଇଲେ ଅଭିନେତ୍ରୀ

ନେଟଫ୍ଲିକ୍ସର ନୂଆ ୱେବ ସିରିଜ ‘RAY’କୁ ପସନ୍ଦ କରୁଛନ୍ତି ଦର୍ଶକ । ସେପଟେ ସୋସିଆଲ ମିଡିଆରେ ଧନ୍ୟବାଦ କହିଲେ ଅଭିନେତ୍ରୀ ରାଧିକା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାଧିକା ମଦାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାଧିକା ମଦାନ

ମୁମ୍ବାଇ: ନିକଟରେ ନେଟଫ୍ଲିକ୍ସର ନୂଆ ସିରିଜ ‘RAY’ ରିଲିଜ ହୋଇଥିଲା । ଯେଉଁଥିରେ ଚାରୋଟି କାହାଣୀ ଦେଖିବାକୁ ମିଳିଛି । ସିରିଜରେ ହର୍ଷବର୍ଦ୍ଧନ ରାଣେ , ଅଲ୍ଲି ଫଜଲ, ମନୋଜ ବାଜପେୟୀ, କେକେ ମେନନ ଓ ରାଧିକା ମଦାନଙ୍କ ଭଳି କଳାକାର ଦମଦାର ଅଭିନୟ କରିଛନ୍ତି ।

ଫିଲ୍ମ ନିର୍ମାତା ସତ୍ୟଜିତ ରଏଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିବା ଏହି ସିରିଜରେ ରାଧିକା ତାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ବହୁ ପ୍ରଶଂସା ଲାଭ କରିଛନ୍ତି। ଯାହାକୁ ନେଇ ରାଧିକାଙ୍କ ଖୁସି କହିଲେ ନସରେ। ସେପଟେ ସୋସିଆଲ ମିଡିଆରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଚର୍ଚ୍ଚାରେ ଅଭିନେତ୍ରୀ ।

ସେ ୱେବ ସିରିଜର କିଛି ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ଅତ୍ୟଧିକ ପ୍ରତିକ୍ରିୟା ଏବଂ ଆପଣ ଦିଦିଙ୍କୁ ଦେଇଥିବା ପ୍ରେମ ପାଇଁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ । ସେ ଆଙ୍ଗୁଠି ଉଠାନ୍ତି ସମସ୍ତେ ଅଚେତ ହୋଇଯାଆନ୍ତି । ଯାଦୁ । ମୋ ଉପରେ ବିଶ୍ବାସ କରି ମୋତେ ଏହି ଯାତ୍ରାରେ ନେଇଥିବାରୁ ଧନ୍ୟବାଦ। ମୁଁ ତୁମକୁ ଭଲପାଏ। ହର୍ଷବର୍ଦ୍ଧନ କପୁର ଜଣେ ଶ୍ରେଷ୍ଠ ଅଭିନେତା ।’

ABOUT THE AUTHOR

...view details