ଓଡିଶା

odisha

ETV Bharat / sitara

ଏଥର ରୋମାନ୍ସ ନୁହେଁ ଆକ୍ସନ ପାଇଁ ଇଚ୍ଛୁକ ଦେଶୀ ଗାର୍ଲ - ପ୍ରିୟଙ୍କା ଚୋପ୍ରା ଶେଷ ଫିଲ୍ମ ‘ଦ ସ୍କାଇ ଇଜ ପିଙ୍କ’

ଗତ ବର୍ଷ ‘ଦ ସ୍କାଇ ଇଜ ପିଙ୍କ’ ଫିଲ୍ମ ଜରିଆରେ ବଲିଉଡକୁ ଦୀର୍ଘ ସମୟ ପରେ ଫେରିଥିଲେ ପ୍ରିୟଙ୍କା ଚୋପ୍ରା । ଇତିମଧ୍ୟରେ ଆକ୍ସନ ଫିଲ୍ମ ଉପରେ ବୟାନ ଦେଇ ଚର୍ଚ୍ଚାରେ ।

priyanka chopra
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତାଭ ବଚ୍ଚନ

By

Published : Mar 30, 2020, 4:13 PM IST

ମୁମ୍ବାଇ: ଶେଷଥର ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା ‘ଦ ସ୍କାଇ ଇଜ ପିଙ୍କ’ ଫିଲ୍ମରେ ନଜର ଆସିଥିଲେ। ତାଙ୍କ ସହ ଏହି ଫିଲ୍ମରେ ରୋମାନ୍ସ କରିଥିଲେ ଫରହାନ ଅଖତର। ପ୍ରିୟଙ୍କା ଏଯାବତ ନିଜ ଅଭିନୀତ ଅନେକ ଫିଲ୍ମରେ ଭୟାନକ ଷ୍ଟଣ୍ଟସ କରିସାରିଛନ୍ତି। ଇତିମଧ୍ୟରେ ସେ ଆକ୍ସନ ଫିଲ୍ମକୁ ନେଇ ନିଜ ମନ କଥା ବଖାଣିଛନ୍ତି। ତାଙ୍କ ଅନୁଯାୟୀ ସେ ଅଧିକ ଆକ୍ସନ ଫିଲ୍ମରେ କାମ କରିବା କଥା ।

ନିକଟରେ ଏକ ସାକ୍ଷାତକାରରେ ସେ କହିଥିଲେ ଯେ ସେ ଅନେକ ଫିଲ୍ମରେ ସବୁ ଷ୍ଟଣ୍ଟସ ନିଜେ କରିଥିଲେ। ତାଙ୍କୁ ତାଙ୍କ ଶରୀରର ଉପରେ ଖୁବ୍ ଭରସା ଅଛି। ତାଙ୍କୁ ଆକ୍ସନ ଫିଲ୍ମ ପସନ୍ଦ ମଧ୍ୟ। ସେ ଫିଲ୍ମ ‘ଡନ’ ଓ ‘କ୍ବାଣ୍ଟିକୋ’ରେ ଆକ୍ସନ ସିନ କରିସାରିଛନ୍ତି। ସେ ଏବେ ଆଶା କରୁଛନ୍ତି ଯେ ତାଙ୍କୁ ଆଗାମୀ ଭବିଷ୍ୟତରେ ଆକ୍ସନ ଫିଲ୍ମରେ କାମ କରିବାକୁ ସୁଯୋଗ ମିଳିବ।

ସେହିପରି ଅଭିନେତା କେବଳ ଆକ୍ସନ ଫିଲ୍ମରେ କାମ କରିବା ପ୍ରଶ୍ନ ଉପରେ ସେ ଶାନଦାର ଜବାବ ଦେଇଥିଲେ । ସେ ଜଣେ ଏମିତି ମଣିଷ ଯିଏ ଦୁନିଆରେ ଲିଙ୍ଗ ସମାନତା ଉପରେ ବିଶ୍ବାସ ରଖନ୍ତି। ସେ ଏହା ମଧ୍ୟ ଆଶା କରୁଛନ୍ତି ଯେ ଏକଦା ସମସ୍ତେ ମହିଳା-କେନ୍ଦ୍ରିତ ଫିଲ୍ମ ନକହି କେବଳ ଫିଲ୍ମ କହିବେ, ମହିଳା ନିର୍ଦ୍ଦେଶକ କହିବା ପରିବର୍ତ୍ତ୍ବେ କେବଳ ନିର୍ଦ୍ଦେଶକ ସେହିପରି ମହିଳା ଆଥେଲିଟ ସ୍ଥାନରେ କେବଳ ଆଥେଲିଟ କୁହାଯିବ ବୋଲି କହିଥିଲେ ପ୍ରିୟଙ୍କା।

ABOUT THE AUTHOR

...view details