ମୁମ୍ବାଇ: ବଲିଉଡରୁ ନେଇ ହଲିଉଡ ପର୍ଯ୍ୟନ୍ତ ନିଜ ଜଲୱା ଦେଖାଇସାରିଥିବା ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ସାମାଜିକ କାର୍ଯ୍ୟରେ ସବୁବେଳେ ସକ୍ରିୟ ରୁହନ୍ତି । ଇତିମଧ୍ୟରେ କଳା-ଗୋରା ଭେଦଭାବ, ଜାତିଭେଦଭାବ ଓ ଲିଙ୍ଗଗତ ସମାନତା-ଅସମାନତା ଉପରେ ନିଜ ପ୍ରତିକ୍ରିୟା ରଖି ଚର୍ଚ୍ଚାରେ। ସେ ପୁଣି ଥରେ ସମଗ୍ର ବିଶ୍ବରେ ଚାଲିଥିବା ସମାନତା ଏବଂ ଅସମାନତା ବିଷୟରେ ଅନେକ କଥା ଆଲୋଚନା କରିଛନ୍ତି ।
ସେ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ଦୁନିଆର ଅନେକ ସ୍ଥାନରେ ଝିଅଙ୍କ କଥା ଶୁଣାଯାଏ ନାହିଁ । ତାଙ୍କ ଜୀବନରେ ଯେକୌଣସି ନିଷ୍ପତ୍ତି ନିଆଯାଏ, ତାହା ଅନ୍ୟଙ୍କ ଦ୍ବାରା। ଝିଅଙ୍କୁ ଏହି ସୁଯୋଗ ମିଳୁନାହିଁ। କୋଭିଡ-19ର ଏହି ଯୁଗରେ ସାମାଜିକ ଦୂରତା ମଧ୍ୟ ବିଶେଷ ଅଧିକାର। କାରଣ ବହୁତ ଲୋକ ଗରିବ। ଯେଉଁମାନେ ଶରଣାର୍ଥୀଙ୍କ ପରି ରହୁଛନ୍ତି । ସେମାନଙ୍କ ପାଖରେ ଏତିକି ସୁବିଧା ନାହିଁ କି 6 ଫୁଟର ଦୂରତା ବଜାଇ ରଖିପାରିବେ।’