ଓଡିଶା

odisha

ETV Bharat / sitara

ନିକଙ୍କ ପ୍ରଶଂସାରେ ଦେଶୀ ଗାର୍ଲ, କହିଲେ ‘ମୁଁ ତୁମ ଉପରେ ଗର୍ବିତ’ - ଆମେରିକା ପପ୍ ଗାୟକ ନିକ ଜୋନସଙ୍କ ନ୍ୟୁଜ

ବିଲବୋର୍ଡ ମ୍ୟୁଜିକ୍ ପୁରସ୍କାର 2021ରେ ନିକଙ୍କ ସହ ଯୋଗ ଦେଇଥିଲେ ପ୍ରିୟଙ୍କା । ଆଉ ଏବେ ସୋସିଆଲ ମିଡିଆରେ ସ୍ବାମୀଙ୍କ ପ୍ରଶଂସା ଲାଗିଛନ୍ତି ସେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରିୟଙ୍କା ଚୋପ୍ରା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରିୟଙ୍କା ଚୋପ୍ରା

By

Published : May 24, 2021, 12:52 PM IST

ଲସ ଆଞ୍ଜେଲସ୍: ଜଣାଶୁଣା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବିଲବୋର୍ଡ ମ୍ୟୁଜିକ୍ ପୁରସ୍କାର 2021ରେ ଯୋଗ ଦେଇ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଏହି ଶୋ ରବିବାର ରାତିରେ ଲସ୍ ଆଞ୍ଜେଲସ୍‌ରେ ଆୟୋଜିତ ହୋଇଥିଲା । ପ୍ରିୟଙ୍କା ସ୍ବାମୀ ତଥା ଆମେରିକା ପପ୍ ଗାୟକ ନିକ ଜୋନସଙ୍କ ସହ ରେଡ କାର୍ପେଟରେ ନଜର ଆସିଥିଲେ। ବର୍ତ୍ତମାନ ସେ ଇନଷ୍ଟାଗ୍ରାମରେ ନିକଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି। ଏହାସହ ସେ ସ୍ବାମୀଙ୍କ ପ୍ରଶଂସା ମଧ୍ୟ କରୁଥିବାର ନଜର ଆସିଛନ୍ତି ।

ସେହିପରି ସେ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ସ୍ବାମୀଙ୍କ ପ୍ରଶଂସାରେ ପୋଷ୍ଟ । ମୁଁ ତୁମ ପାଇଁ ବହୁତ ଗର୍ବିତ । ତୁମେ କରୁଥିବା ସମସ୍ତ ଜିନିଷ ସହିତ ତୁମର କାର୍ଯ୍ୟଶୈଳୀ ଜରିଆରେ ତୁମେ ମୋତେ ପ୍ରତିଦିନ ପ୍ରେରଣା ଯୋଗାଉଛ । ଆଜି ତୁମେ ଧମାଲ କଲ । ମୁଁ ତୁମକୁ ବହୁତ ଭଲ ପାଏ।’

ଏବେ ତାଙ୍କ ରେଡ କାର୍ପେଟର ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଯେଉଁଥିରେ ନ୍ୟୁଡ କଲରର ସିମରି ହାଇ-ଥାଇ ସ୍ଲିଟ ଆଉଟଫିଟ୍‌ରେ ନଜର ଆସୁଛନ୍ତି । ସେପଟେ ନିଜ ଗ୍ରୀନ କଲର ପ୍ୟାଣ୍ଟ ଓ ଜ୍ୟାକେଟ ପିନ୍ଧିଥିବାର ଦେଖାଯାଉଛନ୍ତି ।

ABOUT THE AUTHOR

...view details