ଓଡିଶା

odisha

ETV Bharat / sitara

ପ୍ରିୟଙ୍କାଙ୍କୁ ଘାରିଲା ଦେଶବାସୀଙ୍କ ଚିନ୍ତା, ଦେଲେ ସଚେତନା ବାର୍ତ୍ତା - ସୁରକ୍ଷିତ ରହିବାକୁ ବାର୍ତ୍ତା ଦେଲେ ପ୍ରିୟଙ୍କା

ଭାଇରାଲ ହେଲା ପ୍ରିୟଙ୍କାଙ୍କ ନୂଆ ଟ୍ବିଟ । ଏଥର ସେ ସମସ୍ତଙ୍କୁ ଘରେ ରହି ସୁରକ୍ଷିତ ରହିବାକୁ ଅନୁରୋଧ କରିଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଆଇଏଏନଏସ
ଫଟୋ ସୌଜନ୍ୟ: ଆଇଏଏନଏସ

By

Published : Apr 21, 2021, 10:23 AM IST

ମୁମ୍ବାଇ: ବର୍ତ୍ତମାନ ଭାରତ କୋରୋନା ମହାମାରୀର ଦ୍ବିତୀୟ ଲହର ସହ ଲଢୁଛି। ଦେଶରେ ବଢିଚାଲିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଏଥିରୁ ଦେଶବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ଅନେକ ରାଜ୍ୟରେ ଲକଡାଇନ, ସଟଡାଉନ ଓ ନାଇଟ କର୍ଫ୍ୟୁ ମଧ୍ୟ ଲାଗୁ ହୋଇଯାଇଛି । ଇତିମଧ୍ୟରେ ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା ସଚେତନା ବାର୍ତ୍ତା ସମସ୍ତଙ୍କୁ ଦେଇଛନ୍ତି ।

ସମସ୍ତଙ୍କୁ ଘରେ ରହିବାକୁ ଏବଂ ଟୀକାକରଣ କରିବାକୁ ଅନୁରୋଧ କରିଛନ୍ତି ଅଭିନେତ୍ରୀ। ସେ ମଙ୍ଗଳବାର ଏକ ଟ୍ବିଟ କରି ଲେଖିଥିଲେ, ‘ସମଗ୍ର ଭାରତରେ କୋଭିଡ -19ର ଅବସ୍ଥା ଗୁରୁତର ହେବାରେ ଲାଗିଛି। ମୁଁ ଦେଶର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଚିତ୍ର ଏବଂ କାହାଣୀକୁ ଦେଖୁଛି, ଯାହା ଅତ୍ୟନ୍ତ ଭୟାନକ ଅଟେ । ପରିସ୍ଥିତି ନିୟନ୍ତ୍ରଣ ବାହାରେ। ଦୟାକରି ଘରେ ରୁହନ୍ତୁ । ମୁଁ ତୁମକୁ ଘରେ ରହିବାକୁ ଅନୁରୋଧ କରୁଛି । ନିଜ ପାଇଁ ଏବଂ ନିଜ ପରିବାର, ବନ୍ଧୁ, ପଡ଼ୋଶୀମାନଙ୍କ ପାଇଁ ମଧ୍ୟ ଏହା ଆବଶ୍ୟକ ବୋଲି ଭାବନ୍ତୁ । ପ୍ରତ୍ୟେକ ଡାକ୍ତର ଏବଂ ଫ୍ରଣ୍ଟଲାଇନ କର୍ମଚାରୀ ସମାନ କଥା କହୁଛନ୍ତି। ଘରେ ରୁହନ୍ତୁ ନିଶ୍ଚିତ ହୁଅନ୍ତୁ । ଯଦି ଆପଣ ବାହାରକୁ ଯାଉଛନ୍ତି ତେବେ ମାସ୍କ ପିନ୍ଧନ୍ତୁ । ଆମେ ଏହାକୁ ହାଲୁକା ଭାବେ ଗ୍ରହଣ କରିପାରିବା ନାହିଁ । ଯେତେବେଳେ ତୁମର ପର୍ଯ୍ୟାୟ ଆସିବ ଟିକା ନେବାର ପଛ ଘୁଞ୍ଚା ଦିଅନ୍ତୁ ନାହିଁ । ଏସବୁ କରିବା ଦ୍ବାରା ଆମର ଚିକିତ୍ସା ବ୍ୟବସ୍ଥାର ଭାର ହ୍ରାସ ପାଇବ ।’

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ 2 ଲକ୍ଷରୁ ଅଧି ନୂଆ କୋରୋନା ମାମଲା ଚିହ୍ନଟ ହୋଇଛି। ଏହା କ୍ରମାଗତ ଷଷ୍ଠ ଦିନ ଥିଲା ଯେତେବେଳେ ଭାରତରେ ପ୍ରତିଦିନ ଦୁଇ ଲକ୍ଷରୁ ଅଧିକ କୋରୋନା ମାମଲା ସାମ୍ନାକୁ ଆସିଥିଲା । ଏହି ରିପୋର୍ଟ ଆସିବା ପରେ ପ୍ରିୟଙ୍କାଙ୍କ ଚିନ୍ତା ବଢିଯାଇଥିଲା । ଆଉ ସେ ସଙ୍ଗେ ସଙ୍ଗେ ସମସ୍ତ ପାଇଁ ଏହି ଟ୍ବିଟ କରିଥିଲେ ।

@IANS

ABOUT THE AUTHOR

...view details