ମୁମ୍ବାଇ: ବର୍ତ୍ତମାନ ଭାରତ କୋରୋନା ମହାମାରୀର ଦ୍ବିତୀୟ ଲହର ସହ ଲଢୁଛି। ଦେଶରେ ବଢିଚାଲିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଏଥିରୁ ଦେଶବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ଅନେକ ରାଜ୍ୟରେ ଲକଡାଇନ, ସଟଡାଉନ ଓ ନାଇଟ କର୍ଫ୍ୟୁ ମଧ୍ୟ ଲାଗୁ ହୋଇଯାଇଛି । ଯାହାକୁ ନେଇ ଚିନ୍ତିତ ଅନେକ ସେଲିବ୍ରିଟି । ଏବେ ପ୍ରିୟଙ୍କା ଚୋପ୍ରାଙ୍କ ପରେ ତାଙ୍କ ସ୍ବାମୀ ତଥା ଆମେରିକା ପପ୍ ଗାୟକ ନିକ ଜୋନସ ଭାରତକୁ ସାହାଯ୍ୟ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।
ଭାରତରେ ମହାମାରୀ ସମସ୍ୟାକୁ ନେଇ ଚିନ୍ତିତ ନିକ ଜୋନସ୍, କଲେ ଏହି ଅପିଲ - ଆମେରିକା ପପ୍ ଗାୟକ ନିକ ଜୋନସଙ୍କ ଅପିଲ
ଭାଇରାଲ ହେଲା ନିକଙ୍କ ନୂଆ ପୋଷ୍ଟ । ପତ୍ନୀ ପ୍ରିୟଙ୍କାଙ୍କ ପୋଷ୍ଟକୁ ସେୟାର କରି ଭାରତକୁ ସାହାଯ୍ୟ କରିବାକୁ କଲେ ଅନୁରୋଧ । ଅଧିକ ପଢନ୍ତୁ...
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନିକ ଜୋନସ
କଥାଟି ହେଲା ଯେ ଗୁରୁବାର ଦିନ ପ୍ରିୟଙ୍କା ବିଶ୍ବ ସମୁଦାୟକୁ ଭାରତକୁ ସାହାଯ୍ୟ କରିବା ପାଇଁ ଅର୍ଥ ଦାନ କରିବାକୁ ଅନୁରୋଧ କରିଥିଲେ । ସେପଟେ ତାଙ୍କର ଏହି ପୋଷ୍ଟକୁ ରିପୋଷ୍ଟ କରି ନିକ ମଧ୍ୟ ସମସ୍ତଙ୍କୁ ଅପିଲ କରିଛନ୍ତି ଭାରତକୁ ସହଯୋଗର ହାତ ବଢାଇବା ପାଇଁ ।
ସେହିପରି ସେ ଲେଖିଛନ୍ତି, ‘ଭାରତକୁ ଆମର ସାହାଯ୍ୟ ଏବଂ ସହଯୋଗର ଆବଶ୍ୟକ ଅଛି । ଯାହା ତୁମ ଦ୍ବାରା ହେଉପାରୁଛି ତାହା କର । ଭାରତକୁ ମୁଁ ଭଲ ପାଏ ।’ ସେପଟେ ନିକଙ୍କ ଭାରତୀୟ ଫ୍ୟାନ୍ସ ଏହାର ପ୍ରଶଂସା କରିବାରେ ଲାଗିଛନ୍ତି । ଆଉ କମେଣ୍ଟ କରି ନିଜ ନିଜ ମନ କଥା କହିଛନ୍ତି ।