ଓଡିଶା

odisha

‘ୱେ କ୍ୟାନ ବି ହିରୋଜ’ ନେଇ ପୁଣି ଫେରିବେ ଦେଶୀ ଗାର୍ଲ

By

Published : Jan 6, 2021, 9:17 AM IST

ଚର୍ଚ୍ଚାରେ ପିସିଙ୍କ ସୁପରହିରୋ ଡ୍ରାମା ୱେବ ଫିଲ୍ମ ‘ୱେ କ୍ୟାନ ବି ହିରୋଜ’ । ଖୁବଶୀଘ୍ର ଆସିବାକୁ ଯାଉଛି ସିକ୍ବେଲ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଆଇଏଏନଏସ
ଫଟୋ ସୌଜନ୍ୟ: ଆଇଏଏନଏସ

ମୁମ୍ବାଇ: ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରାଙ୍କ ହଲିଉଡ ୱେବ ଫିଲ୍ମ ‘ୱେ କ୍ୟାନ ବି ହିରୋଜ’ ନିକଟରେ ରିଲିଜ ହୋଇଥିଲା । ରିଲିଜର ମାତ୍ର ଚାରି ସପ୍ତାହ ମଧ୍ୟରେ 44 ମିଲିୟନ ଦର୍ଶକ ଏହି ଫିଲ୍ମ ଦେଖି ଖୁବ୍ ପ୍ରଶଂସା କରିଥିଲେ । ଏହି ଅବସରରେ ମଙ୍ଗଳବାର ପ୍ରିୟଙ୍କା ବଡ ଘୋଷଣା କରି ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଇଛନ୍ତି । ଆଜ୍ଞା ହଁ, ଏହି ସୁପରହିରୋ ଫିଲ୍ମର ସିକ୍ବେଲ ବିଷୟରେ ଜଣାଇଛନ୍ତି ପିସି ।

ସେ ଟ୍ବିଟରରେ ଏକ ପୋଷ୍ଟ କରି ଲେଖିଛନ୍ତି, ‘ହିରୋଜ ହେଡକ୍ବାଟର୍ସ ପ୍ରୋଜେକ୍ସନ । 44 ମିଲିୟନ ଫ୍ୟାମିଲିକୁ ଏହାର 4 ସପ୍ତାହରେ ଆମେ ୱେ କ୍ୟାନ ବି ହିରୋଜରେ ସାମିଲ କରିବୁ । ଆଉ ବ୍ରେକିଂ ନ୍ୟୁଜ ହେଲା, ପୁଣିଥରେ ଫେରିବାକୁ ଯାଉଛନ୍ତି ଏହି ସୁପରହିରୋ । ବର୍ତ୍ତମାନ ସିକ୍ବେଲ ଉପରେ କାମ କରୁଛନ୍ତି ରୋଡ୍ରିଗେଜ୍ ଏବଂ ନେଟଫ୍ଲିକ୍ସ।’

ପ୍ରକାଶ ଥାଉକି ଫିଲ୍ମର କାହାଣୀ ସୁପରହିରୋଙ୍କ ପାୱାରକୁ ନେଇ । ଯେଉଁଥିରେ କିଛି ସୁପରହିରୋ ପିଲାଙ୍କ ନେମେସିସ୍ ରୂପେ ଅଭିନୟ କରିଛନ୍ତି ପ୍ରିୟଙ୍କା ।

@IANS

For All Latest Updates

ABOUT THE AUTHOR

...view details