ମୁମ୍ବାଇ: ଗତ ଫେବୃଆରୀ 15ରେ ବୈଭବ ରେଖୀଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ସୁନ୍ଦରୀ ଅଭିନେତ୍ରୀ ଦିୟା ମିର୍ଜା । ବର୍ତ୍ତମାନ ବିବାହର ଦେଢ ମାସ ପରେ ସେ ଗର୍ଭବତୀ ଅଛନ୍ତି । ସୋସିଆଲ ମିଡିଆରେ ଦିୟା ଏହି ଖୁସି ଖବର ଫ୍ୟାନ୍ସଙ୍କ ପାଇଁ ସେୟାର କରିଛନ୍ତି। ସେପଟେ ଏହି ଗୁଡନ୍ୟୁଜ ଶୁଣି ପରେ ସୋସିଆଲ ମିଡିଆରେ ଶୁଭେଚ୍ଛାର ସୁଅ ଛୁଟୁଛି । ଖାଲି ଫ୍ୟାନ୍ସ ନୁହେଁ ବଲିଉଡ ସେଲିବ୍ରିଟି ତାଙ୍କୁ ଜଣାଇଛନ୍ତି ଶୁଭେଚ୍ଛା ।
ଏହି କ୍ରମରେ ସାମିଲ ଅଛନ୍ତି ଅଭିନେତ୍ରୀ କରିସ୍ମା କପୁର । ସେ ତାଙ୍କ ପୋଷ୍ଟରେ କମେଣ୍ଟ କରି ଲେଖିଛନ୍ତି, ‘ଶୁଭେଚ୍ଛା ଦିୟା’ । ସେହିପରି ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ କହିଛନ୍ତି, ‘ତୁମ ପାଇଁ ମୁଁ ବହୁତ ଖୁସି।’ ଏହି ଦୁଇ ଅଭିନେତ୍ରୀଙ୍କ ବ୍ୟତୀତ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ମଧ୍ୟ ଲେଖିଛନ୍ତି, ‘ଓଏମଜି । ଶୁଭେଚ୍ଛା ଦି ।’