ମୁମ୍ବାଇ: ସୁନ୍ଦରୀ ଅଭିନେତ୍ରୀ ନୁସରତ ଭରୁଚାଙ୍କ ଫ୍ୟାନ୍ସଙ୍କ ପାଇଁ ସାମ୍ନାକୁ ଆସିଛି ଗୁଡନ୍ୟୁଜ। କମେଡି ଡ୍ରାମା ଫିଲ୍ମରେ ଅଭିନୟ କରି ଦର୍ଶକଙ୍କୁ ମନୋରଞ୍ଜନ କରିଆସୁଥିବା ନୁସରତ ହେବେ ପରଦାରେ ଭୂତୁଣୀ ହୋଇ ସମସ୍ତଙ୍କୁ ଡରାଇବେ। କାରଣ ସେ ଖୁବଶୀଘ୍ର ହରର ଫିଲ୍ମ ଜରିଆରେ ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ଯାଉଛନ୍ତି । ସେ ସୋସିଆଲ ମିଡିଆରେ ଏହି ନୂଆ ପ୍ରୋଜେକ୍ଟର ଘୋଷଣା କରି ସମସ୍ତଙ୍କୁ ସରପ୍ରାଇଜ ଦେଇଛନ୍ତି। ଯାହାକୁ ନେଇ ତାଙ୍କ ଫ୍ୟାନ୍ସଙ୍କ ଏକ୍ସାଇଟମେଣ୍ଟ ବଢିଯାଇଛି।
ଇନଷ୍ଟାଗ୍ରାମରେ ହରର ଫିଲ୍ମ ‘ଛୋରି’ର ଏକ ପୋଷ୍ଟର ସେୟାର କରି ସେ ଲେଖିଛନ୍ତି, ଆମର ଆଗାମୀ ଫଲ୍ମ ଛୋରିର ଘୋଷଣା କରି ମୁଁ ରୋମାଞ୍ଚିତ । କିଛି ଭୟାନିକ ଓ ଆଶ୍ଚର୍ଯ୍ୟକର ଜିନିଷ ଆପଣ ସାମ୍ନାକୁ ନେଇକି ଆସିବୁ।’