ଓଡିଶା

odisha

By

Published : May 14, 2021, 9:07 AM IST

ETV Bharat / sitara

କାହିଁକି ରଣବୀରଙ୍କ ସହ ରହୁନାହାଁନ୍ତି ମା ନୀତୁ, ଜାଣନ୍ତୁ କାରଣ...

ନୀତୁ କପୁର ବଡ ଖୁଲାସା । ରଣବୀରଙ୍କୁ ନେଇ କହିଲେ ମନ କଥା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ଚର୍ଚ୍ଚାରେ ବରିଷ୍ଠ ଅଭିନେତ୍ରୀ ନୀତୁ କପୁର । ନିକଟରେ ସେ ଏକ ସାକ୍ଷାତକାରରେ ଯୋଗ ଦେଇ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ କଥାର ଖୁଲାସା କରିଥିଲେ । ସେ ପୁଅ ତଥା ଅଭିନେତା ରଣବୀର କପୁରଙ୍କ ସହ ନରହିବା ବିଷୟରେ ଆଶ୍ଚର୍ଯ୍ୟକର କଥା କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରିଦେଇଛନ୍ତି।

କଥାଟି ହେଲା ଯେ ଗତ ବର୍ଷ ସ୍ବାମୀ ଅର୍ଥାତ୍ ଅଭିନେତା ଋଷି କୁପରଙ୍କ ହାଇ ଥିବା ନୀତୁ ବର୍ତ୍ତମାନ ଏକୁଟିଆ ରହୁଛନ୍ତି । ଏହା ବିଷୟରେ ସେ ଆଲୋଚନା କରି କହିଛନ୍ତି, ‘ମୋ ହୃଦୟରେ ରୁହ ମୋ ମୁଁଣ୍ଡ ଉପରେ ଚଢନାହିଁ । ଗତ ବର୍ଷ ମହାମାରୀ ସମୟରେ ଯେତେବେଳେ ମୋ ଝିଅ ରିଦ୍ଧିମା ମୋ ସହିତ ଏକ ବର୍ଷ ରହିଥିଲେ, ସେତେବେଳେ ସେ ନିଜ ଘରକୁ ଫେରି ପାରିନଥିବାରୁ ମୁଁ ବହୁତ ଚାପଗ୍ରସ୍ତ ହୋଇଥିଲି। ମୁଁ ଅଶାନ୍ତ ହୋଇପଡୁଥିଲି, ମୁଁ ତାଙ୍କୁ କହିଥିଲି ତୁମେ ଯାଅ । ମୁଁ ପ୍ରକୃତରେ ତାଙ୍କୁ ପଠାଉଥିଲି, କାରଣ ମୁଁ ମୋର ଗୋପନୀୟତାକୁ ଭଲ ପାଏ ଏବଂ ମୁଁ ଏପରି ଜୀବନଯାପନ କରିବାକୁ ଅଭ୍ୟସ୍ତ ମଧ୍ୟ । ସେହିପରି ରଣବୀର ମଧ୍ୟ ପାଠ ପଢିବା ପାଇଁ ଘରଠୁ ବାହାରେ ରହୁଥିଲେ । ତେଣୁ ମୁଁ ସେମାନଙ୍କ ବିନା ରହିବାର ଅଭ୍ୟାସ କରିନେଇଥିଲି । ଏଥିପାଇଁ ଏବେ ଦୁଇଜଣଙ୍କ ବିନା ରହିବାରେ ମତେ କୌଣସି ଅସୁବିଧା ହେଉନାହିଁ । ମୁଁ ଏହା ପାଇଁ ପୂର୍ବରୁ ପ୍ରସ୍ତୁତ ଥିଲି ।’

ପ୍ରକାଶ ଥାଉକି ଦୀର୍ଘ ସମୟରୁ ରଣବୀର ପରିବାରଠୁ ଦୂରରେ ରହିଆସୁଛନ୍ତି । ବର୍ତ୍ତମାନ ସେ ନିଜ କଥିତ ଗାର୍ଲଫ୍ରେଣ୍ଡ, ଅଭିନେତ୍ରୀ ଆଲିୟା ଭଟ୍ଟଙ୍କ ସହ ଏକାଠି ରହୁଛନ୍ତି ବୋଲି ବଲିଉଡ ଗ୍ୟାଲେରିରେ ଚର୍ଚ୍ଚାର ବିଷୟ ପାଲଟିଛି ।

ABOUT THE AUTHOR

...view details