ମୁମ୍ବାଇ: ଅଭିନେତ୍ରୀ ନୀନା ଗୁପ୍ତା ଫିଲ୍ମ ବ୍ୟତୀତ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରୁହନ୍ତି । ଆଉ ଫ୍ୟାନ୍ସଙ୍କ ସହ କନେକ୍ଟ ରହିବା ପାଇଁ ସେ କିଛି ନା କିଛି ସେୟାର କରୁଥିବାର ନଜର ଆସନ୍ତି । ଏଥର ମଧ୍ୟ ସେ ସମସ୍ତଙ୍କ ପାଇଁ ସେୟାର କରିଛନ୍ତି ସ୍ପେଶାଲ ଫଟୋ । ଆଉ ମୁଖ୍ୟ କଥା ହେଲା ଯେ ସେ 27 ବର୍ଷ ପୂରଣା ଫଟୋ ପୋଷ୍ଟ କରି ଶୁଣାଇଛନ୍ତି ଏକ ମଜାଦାର କାହାଣୀ ।
ତେବେ କଥାଟି ହେଲା ଯେ ସେ 1993 ସହ ତୁଳନା କରି 2020ର ଫେମିନା ମାଗାଜିନର କଭର ପେଜ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ଦେଖିବାକୁ ମିଳୁଛି 1993ରେ ନୀନା ଫେମିନା ମାଗାଜିନ କଭର ପେଜ ପାଇଁ ଫଟୋସୁଟ କରିଥିବା ବେଳେ 2020 ମାଗାଜିନରେ ତାଙ୍କ ଲାଡଲୀ ତଥା ଅଭିନେତ୍ରୀ ମସାବା ଗୁପ୍ତା ଦେଖାଯାଉଛନ୍ତି । ଏହି ଦୁଇ କଭର ପେଜରେ ମା'-ଝିଅ ହଟ୍ ଅବତାର ଦେଖିବାକୁ ମିଳୁଛି ।