ଓଡିଶା

odisha

ETV Bharat / sitara

ସୋନମଙ୍କ ପରେ କନିକାଙ୍କ ସମର୍ଥନରେ ମିନି - କୋରୋନା ଭାଇରସ ଆତଙ୍କ

କନିକା କପୁରଙ୍କ ଅନେକ ସମାଲୋଚନା କରୁଥିବା ବେଳେ କିଛି ସେଲିବ୍ରିଟି ତାଙ୍କ ସମର୍ଥନରେ ବାହାରିଛନ୍ତି। ଏବେ ତାଙ୍କୁ ସପୋର୍ଟ କରି ଟ୍ବିଟ କରିଛନ୍ତି ଅଭିନେତ୍ରୀ ମିନି ମାଥୁର।

mini mathur
ଡିଜାଇନ ଫଟୋ

By

Published : Mar 23, 2020, 3:00 PM IST

ମୁମ୍ବାଇ: ଗାୟିକା କନିକା କପୁରଙ୍କ ଯେବେଠୁ କୋରୋନା ପଜେଟିଭ ଖବର ସାମ୍ନାକୁ ଆସିଛି, ସେହି ସମୟରେ ସବୁ ମହଲରେ ଚହଳ ସୃଷ୍ଟି ହୋଇଛି। ବଲିଉଡ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାକୁ ନେଇ ଖୁବ୍ ଚର୍ଚ୍ଚା । ବର୍ତ୍ତମାନ ତାଙ୍କ ଉପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି ଜନତା। ଏଥିରେ ଅନେକ ସେଲିବ୍ରିଟି ମଧ୍ୟ ସାମିଲ ଅଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର@ମିନି ମାଥୁର

ନିକଟରେ ତାଙ୍କ ସପୋର୍ଟରେ ସାମ୍ନାକୁ ଆସିଥିଲେ ଫେମସ ଅଭିନେତ୍ରୀ ସୋନମ କପୁର। ଆଉ ଏବେ ତାଙ୍କ ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ନିର୍ମାତା କବୀର ଖାନଙ୍କ ପତ୍ନୀ ତଥା ଅଭିନେତ୍ରୀ ମିନି ମାଥୁର।

ସେ ଟ୍ବିଟରେ ତାଙ୍କୁ ସମର୍ଥନ କରି ଲେଖିଛନ୍ତି, ‘ମୁଁ କନିକାଙ୍କୁ ବ୍ୟକ୍ତିଗତ ରୂପେ ଜାଣିନାହିଁ। ହେଲେ କେହି ଜାଣିଶୁଣି ନିଜ ପିଲା, ମାତା-ପିତାଙ୍କୁ ସମସ୍ୟାରେ କାହିଁକି ପକାଇବ। କଣ ସେ ଦାୟିତ୍ବହୀନ ଥିଲେ, ନା ତାଙ୍କୁ ପ୍ରକୃତରେ କିଛି ଜଣାନଥିଲା। କଣ ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରି ତାଙ୍କୁ ଫସା ଯାଉଛି। ଟିକେ ଦୟା କର ସେ ବର୍ତ୍ତମାନ ଅସୁସ୍ଥ ଅଛନ୍ତି।’

ମିନିଙ୍କ ଟ୍ବିଟ ପରେ ତାଙ୍କୁ ମଧ୍ୟ ସୋସିଆଲ ମିଡିଆରେ ଟ୍ରୋଲ କରାଯାଇଛି। ଟ୍ରୋଲ ହେବା ପରେ ସେ ଆଉ ଏକ ଟ୍ବିଟ କରି ଟ୍ରୋଲର୍ସଙ୍କୁ କଡା ଜବାବ ଦେଇଛନ୍ତି ।

ABOUT THE AUTHOR

...view details