ଓଡିଶା

odisha

ମଲାଇକା ଜଣାଇଲେ ଆଡଭାନ୍ସ କ୍ରିସମାସ୍ ୱିଶ

By

Published : Dec 18, 2020, 7:32 AM IST

ଆଉ କିଛି ଦିନ ତଥା ଆସନ୍ତା 25 ତାରିଖରେ ପୁରା ବିଶ୍ବ ପାଳନ କରିବ ଖ୍ରୀଷ୍ଟମାସ । ହେଲେ ଏହା ପୂର୍ବରୁ ସୋସିଆଲ ମିଡିଆରେ ସମସ୍ତଙ୍କୁ ଏହାର ଶୁଭେଚ୍ଛା ଜଣାଇ ସାରିଲେଣି ମଲାଇକା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମଲାଇକା ଅରୋରା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମଲାଇକା ଅରୋରା

ମୁମ୍ବାଇ:ଫିଲ୍ମଠୁ ଅଧିକ ନିଜ ଲଭ ଲାଇଫକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ସେକ୍ସୀ ଅଭିନେତ୍ରୀ ମଲାଇକା ଅରୋରା । ସେ ସୋସିଆଲ ମିଡିଆରେ ମଧ୍ୟ ଖୁବ୍ ସକ୍ରିୟ । ଫ୍ୟାନ୍ସଙ୍କୁ ନିଜ ସହ ଯୋଡି ରଖିବାକୁ ପ୍ରାୟତଃ ସେ କିଛି ନା କିଛି ପୋଷ୍ଟ କରୁଥିବାର ନଜର ଆସନ୍ତି । ହେଲେ ଏଥର ସେ ସମସ୍ତଙ୍କୁ କ୍ରିସମାସ୍‌(ଖ୍ରୀଷ୍ଟମାସ)ର ଶୁଭେଚ୍ଛା ଜଣାଇଛନ୍ତି । ସେ କ୍ରିସମାସ୍‌ 7 ପୂର୍ବରୁ ସୋସିଆଲ ମିଡିଆରେ ସମସ୍ତଙ୍କୁ ୱିଶ କରି ଚର୍ଚ୍ଚାରେ ।

ସେ ଇନଷ୍ଟାଗ୍ରାମ ଷ୍ଟୋରିରେ ନିଜର ଏକ ମଜାଦାର ଭିଡିଓ ପୋଷ୍ଟ କରି ସେ କ୍ରିସମାସ୍‌ ଗୀତ ଗାଇ ସମସ୍ତଙ୍କୁ ୱିଶ କରିଛନ୍ତି । ଏହାସହ ସେ ନୂଆ ବର୍ଷର ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ବର୍ତ୍ତମାନ ତାଙ୍କ ଏହି ପୋଷ୍ଟ ଖୁବ୍ ଭାଇରାଲ ହେବାରେ ଲାଗିଛି । ଫ୍ୟାନ୍ସ ମଧ୍ୟ କମେଣ୍ଟ କରି ତାଙ୍କୁ ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି ।

ପ୍ରକାଶ ଥାଉକି ନିକଟରେ, ସେ ନିଜ ବୟଫ୍ରେଣ୍ଡ ତଥା ଅଭିନେତା ଅର୍ଜୁନ କପୁରଙ୍କ ସହ ଧର୍ମଶାଳାରେ ଛୁଟି କାଟିବାକୁ ଯାଉଥିଲେ । ସେଠାରେ ଅର୍ଜୁନଙ୍କ ଅପକମିଂ ଫିଲ୍ମ ‘ଭୂତ ପୋଲିସ’ର ସୁଟିଂ ଚାଲିଥିଲା । ଯେଉଁଥିରେ ଅର୍ଜୁନଙ୍କ ସହ ସୈଫ ଅଲ୍ଲୀ ଖାନ ମଧ୍ୟ ନଜର ଆସିବେ । ମଲାଇକାଙ୍କ ଧର୍ମାଶାଳା ଟ୍ରିପରେ କରୀନା କପୁର ଖାନ ନିଜ ଲାଡଲା ତୈମୁରଙ୍କ ସହ ମଧ୍ୟ ସାମିଲ ଥିଲେ । ଯାହାର ଅନେକ ଫଟୋ, ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇସାରିଛି ।

ABOUT THE AUTHOR

...view details