ଓଡିଶା

odisha

By

Published : Feb 22, 2021, 2:08 PM IST

ETV Bharat / sitara

ଅଭୟଙ୍କ ସହ ପୁଣି କାମ କରିବାକୁ ନେଇ ଇମୋଶନାଲ ହେଲେ ମାହି

ଖୁବଶୀଘ୍ର ମାହି ଓ ଅଭୟଙ୍କ ନୂଆ ୱେବ ସିରିଜ ‘1962’ ଓଟିଟି ପ୍ଲାଟଫର୍ମରେ ଦେଖିବାକୁ ମିଳିବ । ଯାହା ଆର୍ମି ଅଫିସର ଜୀବନ କାହାଣୀକୁ ନେଇ ଆଧାରିତ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଆଇଏଏନଏସ
ଫଟୋ ସୌଜନ୍ୟ: ଆଇଏଏନଏସ

ମୁମ୍ବାଇ: ପୁଣିଥରେ ଏକାଠି ହେବାକୁ ଯାଉଛନ୍ତି ଅଭିନେତା ଅଭୟ ଦେଓଲ ଓ ମାହି ଗିଲ୍ । ଏହି ଯୋଡି 12 ବର୍ଷ ପୂର୍ବେ ଆସିଥିବା ଫିଲ୍ମ ‘ଦେବ ଡି’ରେ କାମ କରିଥିଲେ । ଏବେ ଦୁଇଜଣଙ୍କୁ ୱାର୍ ଡ୍ରାମା ୱେବ ସିରିଜ ‘1962: ଦ ୱାପର ଇନ୍ ଦ ହିଲ୍ସ’ରେ ଦେଖିବାକୁ ମିଳିବ । ଏହି ସିରିଜ ପାଇଁ ପୁଣିଥରେ ଏକତ୍ରିତ ହୋଇ ଭାବବିହ୍ବଳ ହୋଇପଡିଛନ୍ତି ମାହି ।

ସିରିଜରେ ଅଭୟ ଆର୍ମି ଅଫିସର ମେଜର୍ ସୁରଜ ସିଂ ଭୂମିକାରେ ଅଭିନୟ କରୁଥିବା ବେଳେ ମାହି ତାଙ୍କ ପତ୍ନୀ ସହଗୁନ ଭୂମିକାରେ ଦେଖାଯିବେ ।

ଏହି ଅବସରରେ ମାହି କହିଛନ୍ତି, ‘ମୁଁ ସବୁବେଳେ ଅଭୟଙ୍କ ସହ କାମ କରିବାକୁ ଚାହୁଁଥିଲି । ହେଲେ ଦୁର୍ଭାଗ୍ୟବଶତଃ ଏହି ସୁଯୋଗ ମିଳିନଥିଲା । ଅଭୟ ମୋର ପ୍ରଥମ ହିରୋ ଆଉ ସେ ଜଣେ ଦକ୍ଷ ଅଭିନେତା ମଧ୍ୟ । ମୁଁ ଜାଣିବାକୁ ପାଇଲି ଯେ ଅଭୟ ମେଜର ସୁରଜ ସିଂଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ସେହି ସମୟରେ ମୁଁ ମଧ୍ୟ ବହୁତ ଉତ୍ସାହିତ ହେବା ସହ ଭାବିବହ୍ବଳ ହୋଇଯାଇଥିଲି । କାରଣ ମୋ ସ୍ବପ୍ନ ପୂରଣ ହେବାକୁ ଯାଉଛି । ଦ୍ବିତୀୟଥର ତାଙ୍କ ସହ କାମ କରିବା ମୋ ପାଇଁ ରୋମାଞ୍ଚକଭରା । ଆମେ ଦୁଇଜଣ ସେଟରେ ପରସ୍ପରକୁ ବୁଝୁ । ସେ କେବଳ ଜଣେ ଭଲ ଅଭିନେତା ନୁହେଁ ବରଂ ଜଣେ ଶାନଦାର କୋ-ଷ୍ଟାର ମଧ୍ୟ । ଯିଏ ଭୂମିକାରେ ମଧ୍ୟ ଆରାମଦାୟକ ଅନୁଭବ କରାନ୍ତି ।’

@IANS

ABOUT THE AUTHOR

...view details