ମୁମ୍ବାଇ: ଲୋକପ୍ରିୟ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ନେନେ ରବିବାର ସୋସିଆଲ ମିଡିଆରେ ତାଙ୍କ ବଡ ପୁଅ ଆରିନ ଉଚ୍ଚ ବିଦ୍ୟାଳୟରୁ ସ୍ନାତକ ହାସଲ କରିବା ସୂଚନା ଦେଇଥିଲେ । ଯାହାକୁ ନେଇ ଗର୍ବ ଏବଂ ଖୁସି ବ୍ୟକ୍ତ କରିଛନ୍ତି ସେ।
ବର୍ତ୍ତମାନ ଭାଇରାଲ ହେଉଥିବା ପୋଷ୍ଟରେ ସେ ଲେଖିଛନ୍ତି, ‘ରାମ ଓ ମୋ ପାଇଁ ଏକ ଗର୍ବର ମୁହୂର୍ତ୍ତ, ଆରିନ ଉଚ୍ଚ ବିଦ୍ୟାଳୟରୁ ଭଲ ମାର୍କ ସହ ସ୍ନାତକ ହାସଲ କରିଛନ୍ତି। ଆରିନ ଏବଂ ତାଙ୍କର ପୁରା ଗ୍ରାଜୁଏଟିଂ କ୍ଲାସକୁ ମୋର ଶୁଭଚ୍ଛା ଏବଂ ଶୁଭକାମନା । ଆମକୁ ଜଣା ଅଛି ଚଳିତ ବର୍ଷ ପିଲାଙ୍କ ପାଇଁ କେତେ କଷ୍ଟଦାୟକ ସମୟ ସାବ୍ୟସ୍ତ ହୋଇଛି । ହେଲେ ଏପରି ପରସ୍ଥିତିରେ ମଧ୍ୟ ତୁମର ସାହସ, ପରିଶ୍ରମ, ଧ୍ୟାନ ଏବଂ ଏକାଗ୍ରତା ପ୍ରଶଂସା ଯୋଗ୍ୟ । ଏହି ଖରାପ ସମୟରୁ ତୁମ ଉପରକୁ ଉଠି ସଫଳତା ପାଇଛ ।’