ଓଡିଶା

odisha

‘ଦିଲ ବେଚେରା’ ଟ୍ରେଲର ଦେଖି ଭାବୁକ କ୍ରିତି

By

Published : Jul 7, 2020, 5:41 PM IST

ଟ୍ବିଟ କରି ପୁଣି ସୁଶାନ୍ତଙ୍କୁ ମନେ ପକାଇଲେ କ୍ରିତି ସାନନ । ‘ଦିଲ ବେଚାରା’ ଦେଖିବା ତାଙ୍କ ପାଇଁ କଷ୍ଟଦାୟକ ହେବ ବୋଲି ଜଣାଇଲେ ସେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ ଟ୍ରେଲର ସୋମବାର ଲଞ୍ଚ ହୋଇସାରିଛି । ଟ୍ରେଲରେ ସୁଶାନ୍ତଙ୍କୁ ହସୁଥିବାର କଥା କହୁଥିବାର ଦେଖି ସମସ୍ତେ ଭାବୁକ ହୋଇପଡିଛନ୍ତି । ଟ୍ରେଲରକୁ ମାତ୍ର 1 ଘଣ୍ଟା ମଧ୍ୟରେ 10 ଲକ୍ଷରୁ ଅଧିକ ଦର୍ଶକ ଦେଖିଥିଲେ । ବର୍ତ୍ତମାନ ସୋସିଆଲ ମିଡିଆରେ ‘ଦିଲ ବେଚେରା’ ଟ୍ରେଣ୍ଡ କରିବାରେ ଲାଗିଛି । ସେହିପରି ସେଲିବ୍ରିଟି ମଧ୍ୟ ଫିଲ୍ମର ଟ୍ରେଲର ସୋସିଆଲ ମିଡିଆରେ ସେୟାର କରି ଭାବବିହ୍ବଳ ପୋଷ୍ଟ ଲେଖୁଛନ୍ତି । ଏହି କ୍ରମରେ ସାମିଲ ଅଛନ୍ତି ତାଙ୍କ କୋ-ଷ୍ଟାର କ୍ରିତି ସାନନ । ସେ ଟ୍ବିଟରେ ଫିଲ୍ମ ଟ୍ରେଲର ଉପରେ ଇମୋଶନାଲ ପ୍ରତିକ୍ରିୟା ଦେଇଛନ୍ତି ।

ସ୍କ୍ରିନରେ ସୁଶାନ୍ତଙ୍କୁ ଦେଇ ଭାବୁକ ହୋଇଯାଇଛନ୍ତି କ୍ରିତି । ଆଉ ଲେଖିଛନ୍ତି, ‘ଦିଲ ବେଚେରା ଏହାକୁ ଦେଖିବା ମୋ ପାଇଁ ବହୁତ କଷ୍ଟଦାୟକ ହେବ । ହେଲେ କେମିତି ମୁଁ ଏହାକୁ ଦେଖିବି ନାହିଁ ?’ ଏହି ପୋଷ୍ଟରେ କ୍ରିତି ଭଙ୍ଗା ହୃଦୟର ଇମୋଜୀ ମଧ୍ୟ ତିଆରି କରିଛନ୍ତି ।

ପ୍ରକାଶ ଥାଉକି ଏମାସ 24 ତାରିଖରେ ଡିଜନି ପ୍ଲସ ହଟଷ୍ଟାରରେ ରିଲିଜ ହେବ । ଏହି ଫିଲ୍ମ ଜରିଆରେ ସଞ୍ଜନା ସାଙ୍ଘୀ ଅଭିନେତ୍ରୀ ରୂପେ ପଦାର୍ପଣ କରୁଛନ୍ତି । ସେହିପରି ମୁକେଶ ଛାବଡାଙ୍କ ଏହା ପ୍ରଥମ ନିର୍ଦ୍ଦେଶିତ ଫିଲ୍ମ ।

ABOUT THE AUTHOR

...view details