ଓଡିଶା

odisha

ଡବ୍ବୁଙ୍କ କ୍ୟାଲେଣ୍ଡରରେ କ୍ରିତି, ବ୍ଲାକ ଆଉଟଫି୍‌ରେ ଆସିଲେ ନଜର

By

Published : Jun 24, 2021, 12:24 PM IST

ବୋଲ୍ଡ ଅବତାରରେ ଫଟୋସୁଟ କଲେ କ୍ରିତି । ସେଲିବ୍ରିଟି ଫଟୋଗ୍ରାଫର ଡବ୍ବୁଙ୍କ କ୍ୟାଲେଣ୍ଡ ପାଇଁ ଫଟୋସୁଟ କଲେ ଅଭିନେତ୍ରୀ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କ୍ରିତି ସାନନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କ୍ରିତି ସାନନ

ମୁମ୍ବାଇ: ସୁନ୍ଦରୀ ଅଭିନେତ୍ରୀ କ୍ରିତି ସାନନ ଏଥର ବ୍ୟାକ ଟୁ ବ୍ୟାକ ଫିଲ୍ମ ନେଇ ପରଦାରେ ନଜର ଆସିବେ । ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସହ ‘ବଚ୍ଚନ ପାଣ୍ଡେ’ରେ ନଜର ଆସିବାକୁ ଯାଉଥିବା ବେଳେ ଟାଇଗର ଶ୍ରଫଙ୍କ ସହ ତାଙ୍କୁ ‘ଗଣପତ’ରେ ଦେଖିବାକୁ ମିଳିବ । ହେଲେ ଏହା ପୂର୍ବରୁ ସେ ଫେମସ ସେଲିବ୍ରିଟି ଫଟୋଗ୍ରାଫର ଡବ୍ବୁ ରତନାନିଙ୍କ ଚଳିତ ବର୍ଷ କ୍ୟାଲେଣ୍ଡର ପାଇଁ ବୋଲ୍ଡ ଫଟୋସୁଟ କରିଛନ୍ତି । ଯାହାଙ୍କ କ୍ୟାଲେଣ୍ଡରରେ ପ୍ରତି ବର୍ଷ ସେଲିବ୍ରିଟିଙ୍କ ଜଲୱା ଦେଖିବାକୁ ମିଳେ ।

ସେପଟେ ଫଟୋସୁଟର ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଡବ୍ବୁ । ଯେଉଁଥିରେ ବ୍ଲାକ୍ ଆଉଟଫିଟ୍‌ରେ ନଜର ଆସୁଛନ୍ତି ଅଭିନେତ୍ରୀ । ସେହିପରି ସେ କ୍ୟାପସନରେ ଲେଖିଛନ୍ତି, ‘ତୁମେ ତାଙ୍କୁ ଏକ ମୁକୁଟରେ ଦେଖିବା ଉଚିତ୍ । ଆକର୍ଷଣୀୟ କ୍ରିତି ।’

ପ୍ରକାଶ ଥାଉକି କ୍ରିତିଙ୍କ ପୂର୍ବରୁ ଅଭିନେତ୍ରୀ କିୟାରା ଆଡଭାନୀ ଓ ସୈଫ ଅଲ୍ଲୀ ଖାନ ମଧ୍ୟ ଡବ୍ବୁଙ୍କ କ୍ୟାଲେଣ୍ଡର ପାଇଁ ଫଟୋସୁଟ କରିସାରିଛନ୍ତି । ଗତ ସପ୍ତାହରେ ଡବ୍ବୁ ଦୁଇଜଣଙ୍କ ଫଟୋସୁଟ ଫଟୋ ସେୟାର କରିଥିଲେ ।

ABOUT THE AUTHOR

...view details