ଓଡିଶା

odisha

ଆଶୁତୋଷଙ୍କ ଆଗାମୀ ଫିଲ୍ମରେ କିୟାରାଙ୍କ ଜଲୱା

By

Published : Dec 4, 2020, 1:49 PM IST

ଏକ ବାସ୍ତବ କାହାଣୀ ନେଇ ପରଦାକୁ ଫେରିବେ କିୟାରା । ଏବେ ସେ ଆଶୁତୋଷଙ୍କ ଅପକମିଂ ପ୍ରୋଜେକ୍ଟରେ ସାଇନ କରିସାରିଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କିଆରା ଆଡଭାନୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କିଆରା ଆଡଭାନୀ

ମୁମ୍ବାଇ: ବର୍ତ୍ତମାନ ‘କବୀର ସିଂ’ ଫେମ କିୟାରା ଆଡଭାନୀଙ୍କ ଘର ସାମ୍ନାରେ ନିର୍ମାତାଙ୍କ ଲାଇନ ଲାଗିଛି । କାରଣ ଗୋଟିଏ ପରେ ଗୋଟିଏ ଫିଲ୍ମରେ ସେ ସାଇନ କରୁଥିବାର ନଜର ଆସୁଛନ୍ତି । ନିକଟରେ ସେ କରନ ଜୋହରଙ୍କ ପ୍ରଡକ୍ସନ ହାଉସରେ ନିର୍ମାଣ ହେଉଥିବା ଫିଲ୍ମ ‘ଜୁଗ ଜୁଗ ଜିଓ’ରେ ବରୁଣ ଧୱନଙ୍କ ଅପୋଜିଟ୍ ଅଭିନୟ କରିବେ ବୋଲି ଶୁଣିବାକୁ ମିଳିଥିଲା । ଆଉ ଫିଲ୍ମରୁ ତାଙ୍କ ଫାଷ୍ଟଲୁକ ପୋଷ୍ଟର ମଧ୍ୟ ଜାରି କରିସାରିଛନ୍ତି ମେକର୍ସ । ଇତିମଧ୍ୟରେ ତାଙ୍କ ହାତରେ ଲାଗିଛି ଲୋକପ୍ରିୟ ନିର୍ମାତା ଆଶୁତୋଷ ଗୋୱାରିକରଙ୍କ ଫିଲ୍ମ ।

ଆଜ୍ଞା ହଁ, ତାଙ୍କ ଆଗାମୀ ଫିଲ୍ମ ପାଇଁ କିଆରାଙ୍କୁ ଚୟନ କରିଛନ୍ତି ଆଶୁତୋଷ । ଯାହା ଲିଜତ ପାପଡସ୍ ପାଇଁ ଲୋକପ୍ରିୟ ଏଫଏମସିଜି ଶୃଙ୍ଖଳା ଉପରେ ଆଧାରିତ ହେବ । ଆଶୁତୋଷ ପ୍ରଡକ୍ସନ ବ୍ୟାନରରେ ନିର୍ମାଣ ହେଉଥିବା ଏହି ଫିଲ୍ମ ‘କରାମ କୁରାମ’ ସୁନୀତା ଗୋୱାରିକରଙ୍କ ଦ୍ବାରା ନିର୍ମିତ ହେବେ । ସେହିପରି ଗ୍ଲେନ ବାରେଟୋ ଏବଂ ଅଙ୍କୁଶ ମୋହଲା ଫିଲ୍ମରେ ନିର୍ଦ୍ଦେଶନା ଦେବେ ।

ମହିଳା ସଶକ୍ତିକରଣର କାହାଣୀକୁ ପରଦାକୁ ଆଣିବା ପାଇଁ ଫିଲ୍ମ ‘କରାମ କୁରାମ’ରେ ଜଣେ ମହିଳାଙ୍କ କାହାଣୀ ବର୍ଣ୍ଣନା କରାଯିବ । ଯିଏ ଏକ ମହିଳା ସମବାୟ ସଂଗଠନ ଆରମ୍ଭ କରି ଅନ୍ୟ 6 ଜଣ ଗୃହିଣୀଙ୍କୁ ରୋଜଗାର କରିବା ପାଇଁ ଏକତ୍ର କରିଥିଲେ । ମହିଳା ଗ୍ରିହା ସଂଗଠନ ଦଶନ୍ଧି ଧରି ହଜାର ହଜାର ମହିଳାଙ୍କ ପରିବାରକୁ ସହଯୋଗ କରିଆସୁଛି ।

ABOUT THE AUTHOR

...view details