ଓଡିଶା

odisha

ବୋଲ୍ଡ ଲୁକରେ କିୟାରା, ସୁଟ କଲେ ଟପଲେସ୍ ଫଟୋ

By

Published : Jun 17, 2021, 11:38 AM IST

Updated : Jun 17, 2021, 11:57 AM IST

ଭାଇରାଲ ହେଉଛି କିୟାରାଙ୍କ ବୋଲ୍ଡ ଫଟୋସୁଟ ଫଟୋ । ବାଲିରେ ଶୋଇ ଉଠାଇଲେ ଫଟୋ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କିୟାରା ଆଡଭାନୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କିୟାରା ଆଡଭାନୀ

ମୁମ୍ବାଇ: ଫେମସ ସେଲିବ୍ରିଟି ଫଟୋଗ୍ରାଫର ଡବ୍ବୁ ରତନାନି ପ୍ରସ୍ତୁତ ହୋଇଯାଇଛନ୍ତି ଇଣ୍ଟରନେଟରେ ସମସ୍ତଙ୍କ ହୋସ୍ ଉଡାଇବାକୁ । କାରଣ ଏଥର ତାଙ୍କର ନୂଆ କ୍ୟାଲେଣ୍ଡରେ ସେ ସ୍ଥାନ ଦେଇଛନ୍ତି ‘କବୀର ସିଂ’ ଫେମ କିୟାରା ଆଡଭାନୀଙ୍କୁ । ଯାହାପାଇଁ ବୋଲ୍ଡ ଫଟୋସୁଟ କରିଛନ୍ତି ଅଭିନେତ୍ରୀ । ଭାଇରାଲ ହେଉଛି ତାଙ୍କର କିଛି ଫଟୋ ।

ଫ୍ୟାନ୍ସଙ୍କୁ ଦିୱାନା କରିବା ପାଇଁ କିୟାରା ଇନଷ୍ଟାଗ୍ରାମରେ ନିଜର ବ୍ଲାକ ଆଣ୍ଡ ହ୍ବାଇଟ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଟପଲେସ ଅବତାରରେ ଦେଖାଯାଉଛନ୍ତି । ସେହିପରି ସମୁଦ୍ର ବାଲିରେ ଶୋଇକି ଫଟୋସୁଟ କରିଛନ୍ତି ସେ ।

ଆଉ ଏହାର କ୍ୟାପସନରେ ସେ ଲେଖିଛନ୍ତି,‘ସ୍ୟାଣ୍ଡି ଟଏଜ୍ ଆଣ୍ଡ ସନ୍ କିସ୍ଡ ନୋଜ୍ ।’ ସେପଟେ ଫ୍ୟାନ୍ସ ତାଙ୍କ ଏହି ଫଟୋର ବେଶ୍ ପ୍ରଶଂସା କରୁଥିବାର ନଜର ଆସୁଛନ୍ତି । ଦେଖନ୍ତୁ ଫଟୋ...

ଯଦି ତାଙ୍କ ଆଗାମୀ ଫିଲ୍ମ ବିଷୟରେ କଥା ହେବା ତାହାଲେ ସେ ଖୁବଶୀଘ୍ର କାର୍ତ୍ତିକ ଆର୍ୟନଙ୍କ ସହ ହରର କମେଡି ଫିଲ୍ମ ‘ଭୁଲ ଭୁଲୈୟା 2’ ଏବଂ କରନ ଜୋହରଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘ଜୁଗ୍ ଜୁଗ୍ ଜିୟୋ’ରେ ନଜର ଆସିବେ ।

Last Updated : Jun 17, 2021, 11:57 AM IST

ABOUT THE AUTHOR

...view details