ଓଡିଶା

odisha

ETV Bharat / sitara

‘ଅଫଗାନ ଜଲେବି’ ଗୀତରେ କ୍ୟାଟଙ୍କ ଠୁମକା

ପୁଣିଥରେ ଛାଇଲା କ୍ୟାଟଙ୍କ ଯାଦୁ । ତାଙ୍କର ଏକ ଥ୍ରୋବ୍ୟାକ ଭିଡିଓ ବର୍ତ୍ତମାନ ପୁଣି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

By

Published : Feb 20, 2021, 2:11 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ସେକ୍ସୀ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଆକ୍ଟିଂରେ ଜବରଦସ୍ତ ହେବା ସହ ଡାନ୍ସିଂରେ ମଧ୍ୟ ନମ୍ବର ୱାନ । ସେ ଫିଲ୍ମରେ ଦମଦାର ଡାନ୍ସ କରି ଦର୍ଶକଙ୍କୁ ଦିୱାନା କରିନ୍ତି । ଏବେ ପୁଣିଥରେ ତାଙ୍କ ଡାନ୍ସ ଅନ୍ଦାଜ ଦେଖିବାକୁ ମିଳୁଛି । ହେଲେ କୌଣସି ଫିଲ୍ମରେ ନୁହେଁ ବରଂ ସୋସିଆଲ ମିଡିଆରେ ଘୁରିବୁଲୁଛି ତାଙ୍କ ଡାନ୍ସ ଭିଡିଓ ।

ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓଟି ତାଙ୍କ ବନ୍ଧୁଙ୍କ ବିବାହ ସମୟର । ଯେଉଁଥିରେ ସେ ଜବରଦସ୍ତ ଅନ୍ଦାଜରେ ‘ଅଫଗାନ ଜଲେବି’ ଗୀତରେ ଠୁମକା ଲଗାଉଥିବାର ଦେଖାଯାଉଛନ୍ତି । ସେହିପରି ଭିଡିଓରେ ସେ ସ୍କାଇ ବ୍ଲୁ ଡ୍ରେସରେ ନଜର ଆସୁଛନ୍ତି । ତାଙ୍କର ଏହି ଭିଡିଓଟି ଥ୍ରୋବ୍ୟାକ ଭିଡିଓ ।

ଭିିଡିଓ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ତାଙ୍କର ଏହି ଭିଡିଓଟିକୁ ଫିଲ୍ମଫେୟାର ଇନଷ୍ଟାଗ୍ରାମ ପେଜରେ ସେୟାର କରାଯାଇଥିଲା । ଯଦି ତାଙ୍କ ଫିଲ୍ମ ବିଷୟରେ କଥା ହେବା ତାହାଲେ ସେ ଇଶାନ ଖଟ୍ଟର ଓ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ସହ ‘ଫୋନ ବୁଥ୍’ରେ ନଜର ଆସିବେ । ଏହାବ୍ୟତୀତ ସୁପରଷ୍ଟାର ସଲମାନ ଖାନଙ୍କ ଅପକମିଂ ଫିଲ୍ମ ‘ଟାଇଗର 3’ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିବ ।

ABOUT THE AUTHOR

...view details