ମୁମ୍ବାଇ: ସୁପରଷ୍ଟାର ଆମୀର ଖାନ ଓ ବେବୋ କରୀନା କପୁରଙ୍କ ଚର୍ଚ୍ଚିତ ଫିଲ୍ମ ‘ଲାଲ ସିଂ ଚଡ୍ଡା’ ଦେଖିବାକୁ ବ୍ୟାକୁଳ ଦର୍ଶକ । କୋରୋନା ଭାଇରସ ପାଇଁ ଫିଲ୍ମର ସୁଟିଂ ଅଧାରେ ବନ୍ଦ ଥିଲା । ହେଲେ ଏବେ ଗୁଡନ୍ୟୁଜ ସାମ୍ନାକୁ ଆସିଛି । କାରଣ ଲକଡାଉନ ପରେ ସୁଟିଂ ଆରମ୍ଭ କରିଥିବା କରୀନା ଏବେ ଫିଲ୍ମର ସୁଟିଂ ଶେଷ କରିସାରିଛନ୍ତି । ଫିଲ୍ମ ବ୍ୟତୀତ କରୀନା ନିଜ ଗର୍ଭବତୀ ଖବର ପାଇଁ ମଧ୍ୟ ଚର୍ଚ୍ଚାରେ । ସେ ଦ୍ବିତୀୟଥର ମା' ହେବାକୁ ଯାଉଛନ୍ତି ।
ସେ ଇନଷ୍ଟାଗ୍ରାମରେ ଫିଲ୍ମ ସେଟରୁ ଏକ ଫଟୋ ସେୟାର କରି ଫିଲ୍ମ ସୁଟିଂ ଶେଷ କରିବା ସୂଚନା ଦେଇଛନ୍ତି । ଯେଉଁଥିରେ ଆମୀରଙ୍କ ସହ ବସୁଥିବାର ନଜର ଆସୁଛନ୍ତି ସେ ।