ମୁମ୍ବାଇ: ବଲିଉଡର ସୈଫିନା ଯୋଡି ରୂପେ ଚର୍ଚ୍ଚିତ ସୈଫ ଅଲ୍ଲୀ ଖାନ ଓ କରୀନା କପୁର ଖାନଙ୍କ ଆଜି ଅଷ୍ଟମ ବିବାହ ବାର୍ଷିକ। ଏହି ଅବସରରେ ଏହି କପଲଙ୍କୁ ଶୁଭେଚ୍ଛା ଦେବାରେ ଲାଗିଛନ୍ତି ଫ୍ୟାନ୍ସଙ୍କ ଠୁ ନେଇ ଷ୍ଟାର୍ସ । ହେଲେ ସ୍ବାମୀଙ୍କୁ ଖାସ୍ ଅନ୍ଦାଜରେ ୱିଶ କରି ଚର୍ଚ୍ଚାରେ କରୀନା । ବିବାହ ବାର୍ଷିକକୁ ଶାନଦାର କରିବା ପାଇଁ ସୋସିଆଲ ମିଡିଆରେ ସୈଫଙ୍କ ସହ ନିଜର ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି ସେ।
ଆଉ ଏହାର କ୍ୟାପସନରେ ଲେଖିଛନ୍ତି, ‘ଏକ କାହାଣୀ ଯେଉଁଥିରେ ବେବୋ ନାମର ଜଣେ ଝିଅ ଓ ସୈଫୁ ନାମରେ ଜଣେ ପୁଅ ଥିଲେ । ଦୁଇଜଣ ସ୍ପାଗିଟି ଓ ୱାଇନକୁ ଭଲ ପାଉଥିଲେ । ଆଉ ସର୍ବଦା ଖୁସିରେ ରହୁଥିଲେ । ଏବେ ଦୁହେଁ ସୁଖୀ ବିବାହର ଚାବିକାଠି ଧରିଛନ୍ତି। ବିବାହ ବାର୍ଷିକର ଅନେକ ଅନେକ ଶୁଭେଚ୍ଛା ସୈଫ।’