ମୁମ୍ବାଇ: ଅନେକ ବାଦବିବାଦ ପରେ ମଙ୍ଗଳବାର ମୁମ୍ବାଇ ଯାତ୍ରା କରିବେ ଲୋକପ୍ରିୟ ଅଭିନେତ୍ରୀ କଙ୍ଗନା ରଣାୱତ । ସୋମବାର ତାଙ୍କ ଗୃହ ମନ୍ତ୍ରାଳୟ ତରଫରୁ ୱାଇ ପ୍ଲସ ସୁରକ୍ଷା ଦିଆଯିବାର ନିଷ୍ପତ୍ତି ନିଆଯାଇଛି । କାରଣ ତୀବ୍ର ହେଉଛି କଙ୍ଗନା ଓ ଶିବସେନା ମଧ୍ୟରେ ବିବାଦ । ସେପଟେ ଗ୍ରେଟର ନୋଏଡାରେ ମଧ୍ୟ କଙ୍ଗନାଙ୍କ ସମର୍ଥନରେ ମୈଇଦାନକୁ ଓହ୍ଲାଇଛନ୍ତି ରାଜପୁତ କରଣୀ ସେନା । ଆଉ ଏବେ ଶୁଣିବାକୁ ମିଳୁଛି ଆସନ୍ତାକାଲି(ମଙ୍ଗଳବାର) ମୁମ୍ବାଇ ଯାତ୍ରା କରିବେ କଙ୍ଗନା । ଯାହା ପାଇଁ ତାଙ୍କ କୋରୋନା ଟେଷ୍ଟ କରାଯାଇଛି । ମେଡିକାଲ ଟିମ କଙ୍ଗନାଙ୍କ ମନାଲି ଘରେ ପହଞ୍ଚି ବ୍ଲଡ ସାମ୍ପଲ ନେଇଛନ୍ତି । କାରଣ ମୁମ୍ବାଇରେ ପହଞ୍ଚିବାର ଦୁଇ ଦିନ ପୂର୍ବରୁ ତାଙ୍କ କୋରୋନା ଟେଷ୍ଟ ରିପୋର୍ଟ ଆସିବା ଦରକାର ।
ଏହାର ସୂଚନା ଦେଇ ନାଗର ହେଲ୍ଥ ସେକ୍ସନର ଡାକ୍ତର ରଞ୍ଜୀତ କହିଛନ୍ତି ଯେ କଙ୍ଗନାଙ୍କ ସହ ତାଙ୍କ ଭଉଣୀ ତଥା ମ୍ୟାନେଜର ରଙ୍ଗୋଲୀ ଚାନ୍ଦେଲଙ୍କ ବ୍ଲଡ ସାମ୍ପଲ ନିଆଯାଇଛି କୋରୋନା ଟେଷ୍ଟ ପାଇଁ । ଯାହାର ରିପୋର୍ଟ ସନ୍ଧ୍ୟା ସୁଧା ଆସିବ ।