ଓଡିଶା

odisha

ETV Bharat / sitara

ଇସ୍ରାଏଲ ସମର୍ଥନରେ କଙ୍ଗନା, ଟ୍ରୋଲ କଲେ ଟ୍ରୋଲର୍ସ - କଙ୍ଗନାଙ୍କ ଟ୍ବିଟର ଆକାଉଣ୍ଟ ରଦ୍ଦ

କଙ୍ଗନା ଯାହା ବି କୁହନ୍ତି ଟ୍ରୋଲର୍ସଙ୍କ ଶିକାର ହୁଏନ୍ତି । ଏବେ ସେ ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ସଂଘର୍ଷ ଉପରେ ପ୍ରତିକ୍ରିୟା ରଖି ସମାଲୋଚନାର ଶିକାର ହୋଇଛନ୍ତି । ଅଧିକ ପଢନ୍ତୁ...

ଫଚୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ
ଫଚୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ

By

Published : May 13, 2021, 1:49 PM IST

ମୁମ୍ବାଇ: ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ସଂଘର୍ଷ ଏବେ ଚରମରେ ପହଞ୍ଚିଛି । ପାଲେଷ୍ଟାଇନର ଉଗ୍ରବାଦୀମାନେ ଗାଜା ଆଡୁ ଇସ୍ରାଏଲ ଉପରେ କରୁଛନ୍ତି ରକେଟ ମାଡ । ତେବେ ଏହାର ପାଲଟା ଜବାବରେ ଇସ୍ରାଏଲର ସୁରକ୍ଷା ବାହୀନି ମଧ୍ୟ ମଙ୍ଗଳବାର ଗାଜା ଉପରେ କରିଛନ୍ତି ଏୟାର ଷ୍ଟ୍ରାଇକ । ଯାହା ଉପରେ ପ୍ରତିକ୍ରିୟା ଦେଇ ଟ୍ରୋଲର୍ସଙ୍କ ଟାର୍ଗେଟରେ ପୁଣି ଆସିଛନ୍ତି ବି-ଟାଉନର କୁଇନ କଙ୍ଗନା ରଣାୱତ ।

ଫଚୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ

କଥାଟି ହେଲା ଯେ କଙ୍ଗନାଙ୍କ ଟ୍ବିଟର ଆକାଉଣ୍ଟ ରଦ୍ଦ ହେବା ପରେ ଏବେ ସେ ନିଜ ପ୍ରତିକ୍ରିୟା ଇନଷ୍ଟାଗ୍ରାମରେ ଦେଉଥିବାର ନଜର ଆସୁଛନ୍ତି ।ସେହିପରି ବୁଧବାର ଅଭିନେତ୍ରୀ ଇସ୍ରାଏଲର ସମର୍ଥନ କରି ଇନଷ୍ଟା ଷ୍ଟୋରିଲେ ଲେଖିଥିଲେ, ‘ତୁମ ରାଷ୍ଟ୍ରକୁ ବଞ୍ଚାଇବା ଏବଂ ଲୋକଙ୍କୁ ଇସଲାମୀ ଆତଙ୍କବାଦରୁ ରକ୍ଷା କରିବା ହେଉଛି ପ୍ରତ୍ୟେକ ଦେଶର ମୌଳିକ ଅଧିକାର । ଆଉ ଏହି ଆତଙ୍କବାଦ ବିରୋଧ ଲଢେଇରେ ଭାରତ ଇସ୍ରାଏଲ ସହିତ ଛିଡା ହୋଇଛି ।’

ସେପଟେ କିଛି ୟୁଜର୍ସଙ୍କୁ କଙ୍ଗନାଙ୍କ ଏହି ପୋଷ୍ଟ ଆଦୌ ପସନ୍ଦ ଆସିନାହିଁ । ତାଙ୍କ ଏହି ପୋଷ୍ଟକୁ ସେୟାର କରି ଜଣେ ୟୁଜର ଲେଖିଛନ୍ତି, ‘ପାଲେଷ୍ଟାଇନୀୟଙ୍କ ସମର୍ଥନରେ ଛିଡା ହେବା ପାଇଁ ତୁମକୁ ମୁସଲମାନ ହେବାକୁ ପଡିବ ନାହିଁ । କେବଳ ମାନବ ହେବା ଦରକାର । ଯାହା ତୁମେ ନୁହେଁ ।’

ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ‘କଙ୍ଗନାଙ୍କ ପୋଷ୍ଟରେ ପ୍ରତିକ୍ରିୟା ଦେବ ବନ୍ଦ କରିବାକୁ ପଡିବ ଆମକୁ । ସେ ଉଦ୍ଦେଶ୍ୟମୂଳକ ଭାବରେ ଏପରି ବିବୃତ୍ତି ଦେଉଛନ୍ତି ଯେ ମୋଦି ସରକାରଙ୍କ କୋଭିଡ ସହ ଲଢିବାର ବିଫଳତାକୁ ଲୁଚାଇବା ଏବଂ ଦ୍ବିତୀୟରେ ଲାଇମଲାଇଟ୍ ଆସିବାରେ ଲୋକଙ୍କ ମନକୁ ବିଭ୍ରାନ୍ତ କରିବାକୁ। ଏଥି ପାଇଁ ତାଙ୍କ କଥାରେ ପ୍ରତିକ୍ରିୟା ଦିଅ ନାହିଁ ।’

ABOUT THE AUTHOR

...view details