ଓଡିଶା

odisha

By

Published : Sep 8, 2020, 7:04 PM IST

ETV Bharat / sitara

ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ନିଜ ଡ୍ରଗ ଟେଷ୍ଟ କରିବାକୁ ଅପିଲ କଲେ କଙ୍ଗନା

ହୋଇପାରେ କଙ୍ଗନାଙ୍କ ଡ୍ରଗ ଟେଷ୍ଟ । ତାଙ୍କ ଡ୍ରଗ ଅଭ୍ୟସ୍ତ କଥା ନିକଟରେ ଖୁଲାସା କରିଥିଲେ ତାଙ୍କ ଏକ୍ସ ବୟଫ୍ରେଣ୍ଡ ଅଧ୍ୟୟନ ସୁମନ । ଯାହାକୁ ଆଧାର କରି ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ଅନିଲ ଦେଶମୁଖ ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ମଙ୍ଗଳବାର ଦିନ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଡ୍ରଗ୍ସ ସେବନ କରିଥିବା ଅଭିଯୋଗର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯାହାର ପ୍ରତିକ୍ରିୟା ଦେଇ କଙ୍ଗନା ଏକ ଜବାବ ଦେଇଛନ୍ତି । ସେ କହିଛନ୍ତି ଯେ ନିଜ ଡ୍ରଗ ଟେଷ୍ଟ କରାଇବା ପାଇଁ ପୋଲିସ ସହ ସହଯୋଗ କରିବେ ।

‘ମୁଁ ମୁମ୍ବାଇ ପୋଲିସ ଏବଂ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ବାଧ୍ୟ କରି ଅଧିକ ଖୁସି ଅଛି । ଦୟାକରି ମୋର ଡ୍ରଗ ଟେଷ୍ଟ କର, ମୋର କଲ୍ ରେକର୍ଡଗୁଡିକ ଯାଞ୍ଚ କର । ଯଦି ତୁମେ ଡ୍ରଗ୍ ବେପାରୀଙ୍କ ସହିତ କୌଣସି ଲିଙ୍କ୍ ପାଇବ ମୁଁ ମୋର ଭୁଲକୁ ଗ୍ରହଣ କରିବି ଏବଂ ମୁମ୍ବାଇକୁ ସବୁଦିନ ପାଇଁ ଛାଡିବି, ତୁମକୁ ଭେଟିବାକୁ ଅପେକ୍ଷା କରିବି ’ ବୋଲି ବୟାନ କହିଛନ୍ତି କଙ୍ଗନା ।

ପ୍ରକାଶ ଥାଉକି ଦେଶମୁଖ ମଙ୍ଗଳବାର ଅପରାହ୍ନରେ ସୂଚନା ଦେଇଥିଲେ ଯେ ଏକ ସାକ୍ଷାତକାରରେ ତାଙ୍କ ସହ ସମ୍ପର୍କରେ ଥିବା ଅଭିନେତା ଶେଖର ସୁମନଙ୍କ ପୁଅ ଅଧ୍ୟୟନ ସୁମନ ନିକଟରେ ଦେଇଥିବା ବୟାନରେ କହିତିଲେ ଯେ କଙ୍ଗନା ଡ୍ରଗ୍ସ ଅଭ୍ୟସ୍ତ ଆଉ ସବୁବେଳେ ଏହାର ବ୍ୟବହାର କରୁଥିଲେ । ମୁମ୍ବାଇ ପୋଲିସ ଏହି ଘଟଣାର ତଦନ୍ତ କରିବା ଦରକାର ।

ଅନିଲଙ୍କ ବ୍ୟତୀତ ମହାରାଷ୍ଟ୍ର ବିଧାୟକ ପ୍ରତାପ ସାରନାୟକ ଓ ସୁନୀଲ ପ୍ରଭାସଙ୍କ ମଧ୍ୟ କଙ୍ଗନାଙ୍କ ଉପରେ ଏହି ଅଭିଯୋଗ ଆଣିଛନ୍ତି । କଂଗ୍ରେସ ମୁଖପାତ୍ର ସଚିନ ସାୱନ୍ତ ଡ୍ରଗ୍ସ ସେବନ ପାଇଁ କଙ୍ଗନାଙ୍କ ଡାକ୍ତରି ଯାଞ୍ଚ ପାଇଁ ଦାବି କରିବାର ଗୋଟିଏ ଦିନ ପରେ ଏହି ପ୍ରତିଶ୍ରୁତି ଦିଆଯାଇଥିଲା ଯେ ତାଙ୍କ ଡ୍ରଗ ଲିଙ୍କ୍ ଏବଂ କିଏ ତାଙ୍କୁ ନିଶା ଦ୍ରବ୍ୟ ଯୋଗାଉଥିଲା ତାହା ଛାନବିନ କରିବାକୁ ସରକାରଙ୍କୁ ଅନୁରୋଧ କରିଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details