ଓଡିଶା

odisha

By

Published : Aug 16, 2020, 7:29 AM IST

ETV Bharat / sitara

ରାଜନୀତି ପାର୍ଟିରୁ ମିଳିଛି ବହୁତ ଅଫର, ହେଲେ ଫିଲ୍ମ ପ୍ରେମରେ ଅଟଳ କୁଇନ୍

ସୁଶାନ୍ତଙ୍କ ପାଇଁ ସୋସିଆଲ ମିଡିଆରେ ନ୍ୟାୟ ଦାବି କରୁଥିବା କଙ୍ଗନା ଏବେ ରାଜନୀତି ଉପରେ ବୟାନ ଦେଇ ଚର୍ଚ୍ଚାରେ । ପିଏମ ମୋଦିଙ୍କୁ ସପୋର୍ଟ କରି ହୋଇଥିଲେ ଟ୍ରୋଲ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ

ମୁମ୍ବାଇ: ବି-ଟାଉନର କୁଇନ କଙ୍ଗନା ରଣାୱତ କିଛି ଦିନରୁ ସ୍ବର୍ଗୀୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ବୟାନ ଦେଇ ଚର୍ଚ୍ଚାରେ ରହିଆସୁଛନ୍ତି । ଖାଲି ଏତିକି ନୁହେଁ ସେ ସବୁବେଳେ ନିଜ ବିବାଦୀୟ ବୟାନ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଟ୍ରୋଲ ହେଉଛନ୍ତି । ହେଲେ ସେ କେବେ ମଧ୍ୟ ଟ୍ରୋଲର୍ସଙ୍କୁ ଖାତିର କରନ୍ତି ନାହିଁ । ସେ ଅନେକଥର ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ କରୁଥିବାର ମଧ୍ୟ ନଜର ଆସିସାରିଛନ୍ତି । ଯାହା ପାଇଁ ତାଙ୍କୁ ନିକଟରେ ଟ୍ରୋଲ କରାଯାଇଥିଲା । ଯାହାର ଜବାବ ବର୍ତ୍ତମାନ ସେ ଦେଇ ପୁଣି ଚର୍ଚ୍ଚାରେ ।

କଙ୍ଗନା ଶନିବାର ଦୁଇଟି ଟ୍ବିଟ କରିଛନ୍ତି । ପ୍ରଥମ ଟ୍ବିଟରେ ସେ ଲେଖିଛନ୍ତି, ‘ଯେଉଁ ଲୋକ ଭାବୁଛନ୍ତି ମୋଦିଙ୍କୁ ମୁଁ ଏଥିପାଇଁ ସପୋର୍ଟ କରୁଛି ମତେ ରାଜନୀତିରେ ଭାବ ନେବାକୁ ଇଚ୍ଛା ଅଛି । ତେବେ ମୁଁ ସେମାନଙ୍କୁ କହିବାକୁ ଚାହୁଁଛି ମୋ ଜେଜେବାପା 15 ବର୍ଷ ପର୍ଯ୍ୟନ୍ତ କଂଗ୍ରେସ ଏମଏଲଏ ରହିଥିଲେ । ମୋ ପରିବାର ପୂର୍ବରୁ ହିଁ ରାଜନୀତି ସହ ସମ୍ପୃକ୍ତ ଅଛନ୍ତି । ଫିଲ୍ମ ଗ୍ୟାଙ୍ଗଷ୍ଟାର ପରଠୁ ମତେ ସବୁବେଳେ କଂଗ୍ରେସ ତରଫରୁ ଅଫର ମିଳୁଥିଲା ।’

ଆଉ ଦ୍ବିତୀୟ ଟ୍ବିଟରେ ଲେଖିଛନ୍ତି, ‘ଫିଲ୍ମ ମଣିକର୍ଣ୍ଣିକା ପରେ ମତେ ବିଜେପିରୁ ଟିକେଟ ଅଫର କରାଯାଇଥିଲା । ମୁଁ ମୋ କାମକୁ ବହୁତ ଭଲ ପାଏ । ମୁଁ କେବେ ମଧ୍ୟ ରାଜନୀତିରେ ପାଦ ରଖିବାକୁ ଭାବିନାହିଁ । ତେଣୁ ଯେଉଁ ଲୋକେ ମତେ ଟ୍ରୋଲ କରୁଛନ୍ତି ସେମାନଙ୍କୁ ଏବେ ଏହା ବନ୍ଦ କରିବାକୁ ପଡିବ।’

For All Latest Updates

ABOUT THE AUTHOR

...view details