ମୁମ୍ବାଇ: ଗୁରୁବାର ସନ୍ଧ୍ୟାରେ ବଲିଉଡ କଣ୍ଟ୍ରୋଭର୍ସି କୁଇନ କଙ୍ଗନା ରାଣାୱତଙ୍କ ବିରୋଧରେ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା । ଘୃଣା ଏବଂ ଅସନ୍ତୋଷ ବିସ୍ତାର କରିଥିବା ଅଭିଯୋଗରେ ଅଭିନେତ୍ରୀଙ୍କ ଟ୍ବିଟର ଆକାଉଣ୍ଟକୁ ବନ୍ଦ କରିବାକୁ ଆବେଦନକାରୀ ପିଟିସନ ଦାଖଲ କରିଛନ୍ତି । ଟ୍ବିଟର ଆକାଉଣ୍ଟ @କଙ୍ଗନା ଟିମକୁ ଦେଶରେ କ୍ରମାଗତ ଭାବେ ଘୃଣା, ଅସନ୍ତୋଷ ବିସ୍ତାର କରିବା ଏବଂ ଉଗ୍ରବାଦୀ ଟ୍ବିଟ କରି ଦେଶକୁ ବିଭାଜନ କରିବାକୁ ଉଦ୍ୟମ କରିଥିବାରୁ ବମ୍ବେ ହାଇକୋର୍ଟରେ ତାଙ୍କ ବିରୋଧରେ ଆବେଦନ କରାଯାଇଥିଲା । କଙ୍ଗନା ଏହି ମାମଲାରେ ପ୍ରତିକ୍ରିୟା ରଖି ଦେଇଛନ୍ତି କଡା ଜବାବ ।
ଯେଉଁଥିରେ ସେ ଲେଖିଛନ୍ତି, ‘ମୁଁ କ୍ରମାଗତ ଭାବରେ ଅଖଣ୍ଡ ଭାରତ ବିଷୟରେ ସ୍ବର ଉତ୍ତୋଳନ କରୁଛି । ଅବଶ୍ୟ ପ୍ରତିଦିନ ଟୁକଡେ ଟୁକଡେ ଗ୍ୟାଙ୍ଗ ସହିତ ଲଢୁଛି ହେଲେ ମୋ ଉପରେ ଦେଶ ବିଭାଜନ କରିଥିବା ଅଭିଯୋଗ ଲାଗୁଛି । ବାଃ କେତେ ଭଲ କଥା । ସେ ଯାହା ବି ହେଉ ଟ୍ବିଟର ମୋ ପାଇଁ ଏକମାତ୍ର ପ୍ଲାଟଫର୍ମ ନୁହେଁ । ଥରେ ମୁଁ କହିଲେ ହଜାର ହଜାର କ୍ୟାମେରା ମୋ ଷ୍ଟେଟମେଣ୍ଟ ନେବାକୁ ଘେରିଯିବେ ।’