ମୁମ୍ବାଇ: ଜାଭେଦ ଅଖତରଙ୍କ ଦ୍ବାରା ଦାଖଲ ହୋଇଥିବା ମାନହାନି ମାମଲାରେ କୋର୍ଟଙ୍କ ଠାରୁ ମିଳିଥିବା ନୋଟିସ ଉପରେ କଙ୍ଗନା ରଣାୱତଙ୍କ ପ୍ରତିକ୍ରିୟା ବର୍ତ୍ତମାନ ଦେଖିବାକୁ ମିଳୁଛି । ଅଭିନେତ୍ରୀ ଏହି ଖବରକୁ ନେଇ ଏକ ଟ୍ବିଟ ମାଧ୍ୟମରେ କହିଛନ୍ତି ଯେ ପଲେ ଶୃଗାଳ ଏବଂ ଜଣେ ବାଘୁଣୀ ମଜା ଆସିବ।
ଜାଭେଦଙ୍କ ମାନହାନି ମାମଲା, ନିଜକୁ ବାଘୁଣୀ କହିଲେ କଙ୍ଗନା - କଙ୍ଗନା ରଣାୱତଙ୍କୁ ଆଇନ ନୋଟିସ ଜାରି
ସବୁବେଳେ ସମସ୍ୟା ଘେରରେ ରହୁଥିବା କଙ୍ଗନା ପୁଣିଥରେ ଟ୍ବିଟକୁ ନେଇ ଚର୍ଚ୍ଚାରେ । ସୋମବାର ତାଙ୍କ ନାଁରେ ଏକ ଆଇନ ନୋଟିସ ଜାରି ହେବା ପରେ ଆଶ୍ଚର୍ଯ୍ୟକର ପ୍ରତିକ୍ରିୟା ଦେଇଛନ୍ତି ସେ ।
ଡିଜାଇନ ଫଟୋ
କଙ୍ଗନା ଏହି ପୋଷ୍ଟରେ କାହାର ନାଁ ନେଇନାହାଁନ୍ତି । ପ୍ରକାଶ ଥାଉକି ଗତ ବର୍ଷ ଡିସେମ୍ବରରେ ଅନ୍ଧେରୀର ମହାନଗର ନିଗମ ମାଜିଷ୍ଟ୍ରେଟ ଜୁହୁ ପୋଲିସକୁ ଜାଭେଦଙ୍କ ଦ୍ବାରା ଦାଖଲ ହୋଇଥିବା ମାନହାନି ମାମଲାରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯେଉଁଥିରେ ଜାଭେଦ କହିଥିଲେ କଙ୍ଗନା ଏକ ସାକ୍ଷାତକାରରେ ତାଙ୍କ ନାଁ ନେଇ ବିବାଦୀୟ ବୟାନ ଦେଇଥିଲେ ।
ସେହିପରି ସୋମବାର ମହାନଗର ନିଗମ କୋର୍ଟ କଙ୍ଗନାଙ୍କୁ ଗୀତିକାର ଜାଭେଦଙ୍କ ଅଭିଯୋଗ ଉପରେ ସମନ ଜାରି କରିଥିଲେ ।