ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରଣାୱତ ଏବେ ଚର୍ଚ୍ଚାରେ । ଗୋଟିଏ ପଟେ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପାଇଁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି ତ ଅନ୍ୟପଟେ ତାଙ୍କ ଆଗାମୀ ଫିଲ୍ମ ‘ଥଲାଇଭି’ର ଟ୍ରେଲର ରିଲିଜ ହେବା ପରେ ଉଚ୍ଚ ପ୍ରଶଂସା ତାଙ୍କୁ ମିଳିବାରେ ଲାଗିଛି। ତାଙ୍କ ପ୍ରଶଂସା କରୁଥିବା ଲୋକଙ୍କ ମଧ୍ୟରେ ସାମିଲ ଅଛନ୍ତି ବଲିଉଡର ଜଣାଶୁଣା ନିର୍ମାତା ହଂସଲ ମେହେତା । ସେ ମଧ୍ୟ ଅଭିନେତ୍ରୀଙ୍କ ବିଶେଷ ପ୍ରଶଂସା କରିଛନ୍ତି। ତାଙ୍କ ପ୍ରଶଂସା ପାଇବା ପରେ କଙ୍ଗନା ଅତ୍ୟନ୍ତ ଚମତ୍କାର ପ୍ରତିକ୍ରିୟା ଦେଇଛନ୍ତି, ଯାହା ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛୁ ।
ହଂସଲଙ୍କ ଟ୍ବିଟରେ କଙ୍ଗନାଙ୍କ ମଜାଦାର ପ୍ରତିକ୍ରିୟା, କହିଲେ ‘ଭଲ ପାଉଛ’ - ଜଣାଶୁଣା ନିର୍ମାତା ହଂସଲ ମେହେତାଙ୍କ ନ୍ୟୁଜ
ବର୍ତ୍ତମାନ ଟ୍ବିଟରେ କଙ୍ଗନାଙ୍କ ମଜାଦାର ଅନ୍ଦାଜ ଦେଖିବାକୁ ମିଳୁଛି । ସେ ହଂସଲଙ୍କ ଏକ ଟ୍ବିଟରେ ଏମିତି ପ୍ରତିକ୍ରିୟା ଦେଇଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅଧିକ ପଢନ୍ତୁ...

କଥାଟି ହେଲା ଯେ ଜଣେ ଟ୍ବିଟର ୟୁଜର ଏକ ପୋଷ୍ଟ କରିଥିଲେ । ଯେଉଁଥିରେ ଗୋଟିଏ ପ୍ରଶ୍ନରେ ପଚରାଯାଇଛି, ‘ଆପଣଙ୍କ ଅନୁଯାୟୀ ଆଜି ଭାରତୀୟ ସିନେମାରେ କେଉଁ ମହିଳା ଅଭିନେତ୍ରୀ ସର୍ବଶ୍ରେଷ୍ଠ ? କୌଣସି ସଫେଇ କିମ୍ବା ଯୋଗ୍ୟତା ଆବଶ୍ୟକ ନାହିଁ । ଭାଷା ଏବଂ ଶୈଳୀର କୌଣସି ସୀମା ନାହିଁ । କେବଳ ଗୋଟିଏ ନାମ ।’
ଏହି ଟ୍ବିଟ ସାମ୍ନାକୁ ଆସିବା ପରେ ହଂସଲ ଉତ୍ତର ଦେଇଛନ୍ତି । ସେ ଏଥିରେ କଙ୍ଗନାଙ୍କ ନାଁ ନ ନେଇ କେବଳ ତାଙ୍କର ଏକ ଫଟୋ ସେୟାର କରିଥିଲେ। ଏହି ଫଟୋ କଙ୍ଗନାଙ୍କ ‘ମଣିକର୍ଣ୍ଣିକା’ ଫିଲ୍ମର । ଅନ୍ୟପଟେ କଙ୍ଗନା ଏହା ଦେଖି ସଙ୍ଗେ ସଙ୍ଗେ ମଜାଦାର ଅନ୍ଦାଜରେ କହିଛନ୍ତି, ‘ହଁ ମୁ ଜାଣିଥିଲି ଭଲ ତ ପାଉଛ । ହେଲେ ଜାଣିନି କଣ ପାଇଁ ଲୁଚାଉଛ ।’