ଓଡିଶା

odisha

ETV Bharat / sitara

ମତେ ଜାଣିଶୁଣି ହଇରାଣ କରାଯାଉଛି: କଙ୍ଗନା - କଙ୍ଗନା ରଣାୱତଙ୍କ ବିବାଦୀୟ ଟ୍ବିଟ

ପୁଣି ଚର୍ଚ୍ଚାରେ କୁଇନ କଙ୍ଗନା ରଣାୱତ । ତାଙ୍କ ଉପରେ ବିନା କାରଣରେ ମାମଲା ରୁଜୁ କରାଯାଉଛି କହିବା ସହ ଦେଶବାସୀଙ୍କୁ କରିଛନ୍ତି ପ୍ରଶ୍ନ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ

By

Published : Jan 9, 2021, 7:43 AM IST

ମୁମ୍ବାଇ: ଶୁକ୍ରବାର ବାନ୍ଦ୍ରା ପୋଲିସ ଷ୍ଟେସନରେ ଭଉଣୀ ରଙ୍ଗୋଲି ଚାନ୍ଦେଲଙ୍କ ସହ ହାଜର ହୋଇଥିଲେ । ଗତ ବର୍ଷରୁ ତାଙ୍କ ଉପରେ ଦେଶଦ୍ରୋହ ଅଭିଯୋଗ ଲାଗି ଏକ ମାମଲା ରୁଜୁ କରାଯାଇଥିଲା । କାରଣ ସେ ନିଜ ବିବାଦୀୟ ଟ୍ବିଟ ଜରିଆରେ ହିନ୍ଦୁ-ମୁସଲମାନ ବିବାଦ ସୃଷ୍ଟି କରିବା ସହ ଦେଶରେ ଘୃଣା ବିସ୍ତାର କରୁଛନ୍ତି ବୋଲି ଅଭିଯୋଗ ହୋଇଥିଲା । ବାନ୍ଦ୍ରା ପୋଲିସର ତିନିଥର ସମନ ପରେ ପରିଶେଷରେ କଙ୍ଗନା ନିଜ ବୟାନ ରେକର୍ଡ କରିବାକୁ ପହଞ୍ଚିଥିଲେ ।

ପୋଲିସ ଷ୍ଟେସନରୁ ବାହାରିବା ପରେ ସେ ସୋସିଆଲ ମିଡିଆରେ ନିଜର ଏକ ଭିଡିଓ ସେୟାର କରି ନାରୀ ଉପରେ ହେଉଥିବା ଅତ୍ୟାଚାର ବିଷୟରେ ଆଲୋଚନା କରିଥିଲେ । ଯେଉଁଥିରେ ସେ ଅଭିଯୋଗ ଲଗାଇଛନ୍ତି ଯେ ବିନା ଦୋଷରେ ତାଙ୍କୁ ହଇରାଣ କରାଯାଉଛି । ଆଉ ଏହା ମଧ୍ୟ ଯୁଗ ନୁହେଁ, ଯେଉଁଠି ନାରୀଙ୍କୁ ଜାଳି ଦିଆଯିବ । ଏହାସହ ସେ ଜଣାଇଛନ୍ତି ତାଙ୍କ ଉପରେ ଜାଣିଶୁଣି ବେଆଇନ ମାମଲା ରୁଜୁ କରାଯାଇଛି । ଖାଲି ଏତିକି ନୁହେଁ ତାଙ୍କ ହସିବା ଉପରେ ମଧ୍ୟ ଅଭିଯୋଗ ଲଗାଯାଇଛି । ଯାହା ଠିକ୍ କଥା ନୁହେଁ ।

ସେହିପରି ଭିଡିଓ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘ମତେ ମାନସିକ, ଭାବପ୍ରବଣ ଏବଂ ବର୍ତ୍ତମାନ ଶାରୀରିକ ନିର୍ଯାତନା ଦେଉଛି? ମୁଁ ଏହି ରାଷ୍ଟ୍ରଠୁ ଜବାବ ଚାହୁଁଛି । ମୁଁ ତୁମ ପାଇଁ ଛିଡା ହୋଇଥିଲି, ବର୍ତ୍ତମାନ ତୁମେ ମୋ ପାଇଁ ଛିଡା ହେବାର ସମୟ ଆସିଛି । ଜୟ ହିନ୍ଦୀ ।’

ABOUT THE AUTHOR

...view details