ଓଡିଶା

odisha

‘ଆଚ୍ଛା ସିଲା ଦିଆ ତୁନେ ମେରେ ପ୍ୟାର କା’

By

Published : Feb 1, 2021, 7:55 PM IST

ହଂସଲଙ୍କ ଉପରେ ରାଗିଲେ କଙ୍ଗନା । ତାଙ୍କ ଅଭିନୀତ ଫିଲ୍ମ ଏବଂ ନିଜ ନିର୍ଦ୍ଦେଶିତ ଫିଲ୍ମ ‘ସିମରନ’କୁ ଖରାପ ଫିଲ୍ମ କହିଥିଲେ ହଂସଲ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନ କ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନ କ୍ଲବ

ମୁମ୍ବାଇ: ନିକଟରେ ନିଜ ଜୀବନରେ ‘ସିମରନ’ ଭଳି ଫ୍ଲପ୍ ଫିଲ୍ମ କରି ନିଜ ଭୁଲ ବୁଝିପାରିଥିଲେ ବୋଲି କହି ଚର୍ଚ୍ଚାରେ ଆସିଥିଲେ ନିର୍ଦ୍ଦେଶକ ହଂସଲ ମେହେତା । ଏହି ଫିଲ୍ମରେ ଅଭିନୟ କରିଥିଲେ ବି-ଟାଉନର କୁଇନ କଙ୍ଗନା ରଣାୱତ । ଶନିବାର ଦୁର୍ନୀତି ବିରୋଧୀ କର୍ଣ୍ଣଧାର ଆନ୍ନା ହଜାରେଙ୍କ ଆନ୍ଦୋଳନ ସ୍ଥଗିତ ରଖିବାକୁ ନେଇ ଏକ ଟ୍ବିଟ କରି ହଂସଲ ନିଜ ଭୁଲ କଥା ଜଣାଇବା ସହ ‘ସିମରନ’ ଭଳି ଖରାପ ଫିଲ୍ମ କରିବା କଥା କହିଥିଲେ । ଯାହା ଉପରେ ପ୍ରତିକ୍ରିୟା ଦେଇଥିଲେ କଙ୍ଗନା । ବର୍ତ୍ତମାନ ତାଙ୍କ ସେହି ଟ୍ବିଟ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ସେ ଏକ ଟ୍ବିଟ କରି ଲେଖିଥିଲେ, ‘ବାସ୍ତବରେ ହଂସଲ ସାର୍ । ତୁମେ ଏହା ମଧ୍ୟ ମାନିବ । ମୁଁ ଆପଣଙ୍କ ସହ ଠିଆ ହୋଇଥିଲି ଆଉ ତୁମେ ଏପରି କହୁଛ । ବର୍ତ୍ତମାନ ଆପଣଙ୍କ ଏହି କଥାରେ ମତେ ଗୋଟିଏ ଗୀତ ମନେ ପଡୁଛି ଆଚ୍ଛା ସିଲା ଦିଆ ତୁନେ ମେରେ ପ୍ୟାର କା ।’

ସେପଟେ କଙ୍ଗନାଙ୍କ ଏପରି ଟ୍ବିଟରେ ପ୍ରତିକ୍ରିୟା ଦେଇ ହଂସଲ କହିଥିଲେ, ‘ପ୍ରଥମତଃ ଏହି ଟ୍ବିଟ ତୁମ ପାଇଁ ମୁଁ କରିନଥିଲି । ଦ୍ବିତୀୟତଃ ଫିଲ୍ମ ପରେ ଏପରି କିଛି ଘଟଣା ଘଟିଛି, ଯାହା ମୋତେ ଅଧିକ ଆଘାତ ଦେଇଥିଲା । ଏହି ଫିଲ୍ମ ନିର୍ମାଣ ମତେ ବହୁତ ଦୁଃଖିତ କରିଥିଲା । ସମସ୍ତେ ତୁମ ଅଭିନୟର ପ୍ରଶଂସା କରିଥିଲେ । ଆଉ ତୁମେ ମୋ ସମ୍ମାନର ପାତ୍ରି । ’

ABOUT THE AUTHOR

...view details