ମୁମ୍ବାଇ: ଏବର୍ଷ ଅନେକ ବିବାଦ କରିବା ପରେ ଆସନ୍ତା ବର୍ଷ ବ୍ୟାକ ଟୁ ବ୍ୟାକ ଫିଲ୍ମ ଜରିଆରେ ଦର୍ଶକଙ୍କ ମନ କିଣିବାକୁ ଯୋଜନା କରିଛନ୍ତି କୁଇନ କଙ୍ଗନା ରଣାୱତ । କାରଣ ଗୋଟିଏ ପରେ ଗୋଟିଏ ଫିଲ୍ମ ତାଙ୍କ ପରଦାରେ ଆସନ୍ତା ବର୍ଷ ଦେଖିବାକୁ ମିଳିବ । ନିକଟରେ ତାମିଲନାଡୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବାୟୋପିକ ‘ଥଲାଇଭି’ର ସୁଟିଂ ଶେଷ କରିଥିଲେ ସେ । ଆଉ ଏବେ ଲାଗିପଡିଛନ୍ତି ‘ଧାକଡ’ର ସୁଟିଂରେ । ଆଉ ମେକଅପ କରୁଥିବା ସମୟର କିଛି ଫଟୋ ମଧ୍ୟ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
‘ଧାକଡ’ ସୁଟିଂ ପାଇଁ କଙ୍ଗନାଙ୍କ ପ୍ରସ୍ତୁତି
ପ୍ରୋସଥେଟିକ ମେକଅପରେ ଫଟୋ ପୋଷ୍ଟ କରି କଙ୍ଗନା ନିଜ ଅପକମିଂ ଫିଲ୍ମ ‘ଧାକଡ’ ବିଷୟରେ ସେୟାର କଲେ ସ୍ପେଶାଲ କଥା । ଏହାବ୍ୟତୀତ ସେ ‘ଥଲାଇଭି’ ଓ ‘ତେଜସ’ରେ ମଧ୍ୟ ନଜର ଆସିବେ ।
ଯେଉଁଥିରେ ତାଙ୍କର ପ୍ରୋସଥେଟିକ୍ ସେଶନ ଦେଖିବାକୁ ମିଳୁଛି । ଏହାର କିଛି ଫଟୋ ସେ ଟ୍ବିଟରରେ ସେୟାର କରି ଲେଖିଛନ୍ତି, ‘ଭାରତୀୟ ସିନେମାର ଏକ ନୂଆ ଯୋଗ ଆରମ୍ଭ ହେଉଛି । ଯେଉଁଥିରେ ସର୍ବ ପ୍ରଥମେ ମହିଳା ଜାସୁସଙ୍କ ଆକ୍ସନଭରା ଥ୍ରିଲର ଦେଖିବାକୁ ମିଳିବ । ଏହି ଖାସ୍ ଅବସର ଦେବା ପାଇଁ ମୁଁ ଟିମକୁ ଧନ୍ୟବାଦ ଜଣାଉଛି ।’
ପ୍ରକାଶ ଥାଉକି ‘ଧାକଡ’ରେ କଙ୍ଗନାଙ୍କ ଭିନ୍ନ ଲୁକ ପ୍ରଥମଥର ଦେଖିବାକୁ ଯାଉଛନ୍ତି ଦର୍ଶକ । ପୂର୍ବରୁ ତାଙ୍କ ଫାଷ୍ଟଲୁକ ପୋଷ୍ଟର ମଧ୍ୟ ଜାରି କରିଦେଇଛନ୍ତି ମେକର୍ସ । ଏହାବ୍ୟତୀତ ସେ ପାଇଲଟ ହୋଇ ‘ତେଜସ’ ଫିଲ୍ମରେ ମଧ୍ୟ ନଜର ଆସିବେ । ଯାହାକୁ ନେଇ ଏକ୍ସାଇଡେଟ ତାଙ୍କ ଫ୍ୟାନ୍ସ ।