ଓଡିଶା

odisha

ETV Bharat / sitara

ବିଏମସି ବିରୋଧରେ କଙ୍ଗନାଙ୍କ ଆବେଦନର ଶୁଣାଣି - ବିଏମସି ହାଇକୋର୍ଟରେ ରଖିବ ନିଜ ପକ୍ଷ

ମୁମ୍ବାଇରେ ପହଞ୍ଚିବା ପୂର୍ବରୁ ତାଙ୍କ ମଣିକର୍ଣ୍ଣିକା ଅଫିସରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲା ବିଏମସି । ଆଜି ହେବ ଦ୍ବିତୀୟ ଶୁଣାଣି । ଯେଉଁଥିରେ ନିଜ ପକ୍ଷ ରଖିବ ବିଏମସି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ

By

Published : Sep 10, 2020, 3:07 PM IST

ମୁମ୍ବାଇ: ବମ୍ବେ ହାଇକୋର୍ଟ ଗୁରୁବାର ବ୍ରିହାନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି)ର କାର୍ଯ୍ୟାଳୟ ଉଚ୍ଛେଦ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରୁଥିବା କଙ୍ଗନା ରଣାୱତଙ୍କ ଆବେଦନ ଉପରେ ଶୁଣାଣି କରିବେ । ଶୁଣାଣି ଆଜି ଅପରାହ୍ନ 3ଟାରେ ଧାର୍ଯ୍ୟ କରାଯାଇଛି । ସେହିପରି ବୁଧବାର ପ୍ରାଥମିକ ଶୁଣାଣିରେ ବିଏମସିର କାର୍ଯ୍ୟ ଉପରେ ରୋକ ଲଗାଇଥିଲେ ହାଇକୋର୍ଟ । ଏହାସହ ନାଗରିକ ସଂଗଠନର ଆଚରଣ ଦୁଃଖଦାୟକ ବୋଲି କହିଥିଲେ ।

ଜଷ୍ଟିସ ଏସ ଜେ କାଥାୱାଲା ଏବଂ ଆର ଆଇ ଚାଗଲାଙ୍କ ଏକ ଡିଭିଜନ୍ ବେଞ୍ଚ ପଚାରିଛି ଯେ ବିଏମସି ଏହାର ଷ୍ଟପ୍ ୱାର୍କ ନୋଟିସକୁ ଜବାବ ଦେବା ପାଇଁ କେବଳ 24 ଘଣ୍ଟା କାହିଁକି ଦେଇଛି ଏବଂ ସେ ମହାରାଷ୍ଟ୍ର ବାହାରେ ଥିବାବେଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କେମିତି କଲା ।

ପାଲିହିଲରେ ଥିବା କଙ୍ଗନାଙ୍କ ଅଫିସରେ ବେଆଇନ ନିର୍ମାଣ ପାଇଁ ବିଏମସି ଦ୍ବାରା ଜାରି କରାଯାଇଥିବା ନୋଟିସକୁ ଚ୍ୟାଲେଞ୍ଜ କରି କୋର୍ଟ ତାଙ୍କ ଓକିଲ ଆବେଦନ ଦାଖଲ କରିଥିଲେ । ଯାହାର ଶୁଣାଣିରେ ବୁଧବାର ସକାଳେ ବିଏମସିକୁ କାର୍ଯ୍ୟ ଉପରେ ରୋକ ଲଗାଇଥିଲେ ହାଇକୋର୍ଟ । ବିଏମସି କିପରି ପ୍ରାଥମିକ ଅବସ୍ଥାରେ କଙ୍ଗନାଙ୍କ ଅଫିସ ଉଚ୍ଛେଦ ପ୍ରକ୍ରିୟା କରିଥିଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି କରି ବିଚାରପତି ଗୁରୁବାର ଦିନ ଆଗାମୀ ଶୁଣାଣି ହେବ ବୋଲି କହିଥିଲେ । ଆଉ ଏଥିରେ ବିଏମସି ନିଜ ପକ୍ଷ ରଖିବ ବୋଲି ଆଦେଶ ଦିଆଯାଇଥିଲା ।

ପ୍ରକାଶ ଥାଉକି ଶିବସେନା ନେତା ସଞ୍ଜୟ ରାଉତଙ୍କ ସହ କଙ୍ଗନାଙ୍କ କଡା ଟକ୍କର ହେବା ପରେ ବିଏମସି ତାଙ୍କ ଅଫିସ୍‌ରେ ବେଆଇନ ନିର୍ମାଣ କଥା ଆଧାର କରି ଉଚ୍ଛେଦ ପ୍ରକ୍ରିୟା କାର୍ଯ୍ୟ ଆରମ୍ଭ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି

ABOUT THE AUTHOR

...view details