ମୁମ୍ବାଇ: ଲକଡାଉନ ପାଇଁ ଦୀର୍ଘ 8 ମାସ ଧରି ନିଜ ହୋମଟାଉନ ମନାଲିରେ ରହିଆସୁଥିବା କଙ୍ଗନା ରଣାୱତ ନିକଟରେ ନିଜ ଅପକମିଂ ଫିଲ୍ମ ‘ଥଲାଇଭି’ ସୁଟିଂ ପାଇଁ ହାଇଦ୍ରାବାଦର ଯାତ୍ରା କରିଥିଲେ । ବୋର୍ଡିଂ ସମୟରେ ସେ ଏକ ଇମୋସନାଲ ପୋଷ୍ଟ କରି ମନାଲିର ପ୍ରଶଂସା କରିଥିଲେ । ଆଉ ଏବେ ମନାଲିର ଶୀତ ଦିନର ପ୍ରଥମ ବରଫ ବର୍ଷାକୁ ମିସ୍ କରୁଛନ୍ତି ସେ । କାରଣ ସୁଟିଂ ପାଇଁ ଏହାକୁ ଉପଭୋଗ କରିପାରୁନଥିବାରୁ ଦୁଃଖି । ଯାହାର ସୂଚନା ସେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଦେଇଛନ୍ତି ।
ମନାଲିର ବରଫ ବର୍ଷାକୁ ମିସ୍ କରୁଛନ୍ତି କୁଇନ
ଟ୍ବିଟ କରି ନିଜ ଦୁଃଖ ଜଣାଇଲେ କଙ୍ଗନା । ହାଇଦ୍ରାବାଦରେ ଥିବାରୁ ମନାଲିର ପ୍ରଥମ ବରଫ ବର୍ଷାକୁ ଏନଜୟ କରିପାରୁନାହାଁନ୍ତି ସେ । ଅଧିକ ପଢନ୍ତୁ...
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ
ନିଜ ମଲାନି ଘରର ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ମୋର କେୟାରଟେକରଙ୍କ ଠାରୁ ମୁଁ ଘରର କିଛି ଆକର୍ଷଣୀୟ ଫଟୋ ପାଇଛି । ଆଜି ସକାଳେ ମନାଲିରେ ପ୍ରଥମ ତୁଷାରପାତର ଦୃଶ୍ୟ ।’
ପ୍ରକାଶ ଥାଉକି ‘ଥଲାଇଭି’ରେ କଙ୍ଗନା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଭୂମିକାରେ ନଜର ଆସିବେ । ସେପଟେ ଦୀର୍ଘ ସମୟରୁ ଫ୍ୟାନ୍ସ ଆଶା ବାନ୍ଧିଛନ୍ତି ଯେ କଙ୍ଗନାଙ୍କ ଏହି ଫିଲ୍ମ ବକ୍ସ ଅଫିସରେ ହିଟ୍ ସାବ୍ୟସ୍ତ ହେବ। । ଆଉ କଙ୍ଗନା ମଧ୍ୟ ଫିଲ୍ମ ପାଇଁ ଖୁବ୍ ପରିଶ୍ରମ କରୁଥିବାର ନଜର ଆସୁଛନ୍ତି ।