ଓଡିଶା

odisha

ପ୍ରକାଶ ଜାଭଡେକରଙ୍କୁ ଭେଟିଲେ କୁଇନ, ସେୟାର କଲେ ଖୁସି

By

Published : Mar 11, 2021, 9:00 AM IST

ଫିଲ୍ମ ସୁଟିଂରୁ ସମୟ ପାଇଁ ମନ୍ତ୍ରୀ ପ୍ରକାଶଙ୍କୁ ସାକ୍ଷାତ କଲେ କଙ୍ଗନା। ଏହି ମିଟିଂରେ ଦୁହେଁ ବଲିଉଡ ବିଷୟରେ କରିଥିଲେ ଆଲୋଚନା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଟ୍ବିଟର@କଙ୍ଗନା ରଣାୱତ
ଫଟୋ ସୌଜନ୍ୟ: ଟ୍ବିଟର@କଙ୍ଗନା ରଣାୱତ

ମୁମ୍ବାଇ: ବୁଧବାର ବଲିଉଡ କୁଇନ କଙ୍ଗନା ରଣାୱତ ବୁଧବାର କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଭେଟିଥିଲେ । ଯାହାର ଖୁସି ସେ ସୋସିଆଲ ମିଡିଆ କରିଥିଲେ । ଏହି ସାକ୍ଷାତକାରରେ ବିଶେଷକରି ଚଳଚ୍ଚିତ୍ର ଶିଳ୍ପରେ ମହିଳା ତଥା ବାହାର ଲୋକଙ୍କ ପ୍ରତି ଭେଦଭାବ ସହ ଜଡିତ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ପ୍ରକାଶଙ୍କ ଏହି ସଭାରେ ସାମିଲ ହେବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଭିନେତ୍ରୀ।

ସେପଟେ ତାଙ୍କ ସହ ଫଟୋ ପୋଷ୍ଟ କରି କଙ୍ଗନା ଲେଖିଥିଲେ, ‘ଆଜି ସୁଟିଂ ପରେ ମନ୍ତ୍ରୀ ଜାଭଡେକରଙ୍କୁ ଭେଟିବାର ସୁଯୋଗ ପାଇଛି।’ ଦେଖନ୍ତୁ ଫଟୋ…

ପ୍ରକାଶ ଥାଉକି କଙ୍ଗନାଙ୍କ ଏବର୍ଷ ବ୍ୟାକ ଟୁ ବ୍ୟାକ ଫିଲ୍ମ ରିଲିଜ ହେବାକୁ ଯାଉଛି । ତାଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଥଲାଇଭି’ ଏପ୍ରିଲ 23ରେ ରିଜି ହେବାକୁ ଯାଉଥିବା ବେଳେ ତାଙ୍କୁ ଆକ୍ସନ ଡ୍ରାମା ଫିଲ୍ମ ‘ଧାକଡ’ ଓ ‘ତେଜସ’ରେ ମଧ୍ୟ ଦେଖିବାକୁ ମିଳିବ ।

ABOUT THE AUTHOR

...view details