ଓଡିଶା

odisha

By

Published : Mar 11, 2021, 1:40 PM IST

ETV Bharat / sitara

2024 ନିର୍ବାଚନରେ ମୋଦି ଆସିବେ କହି ଟ୍ରୋଲ ହେଲେ କୁଇନ

ପୁଣି ଟ୍ରୋଲର୍ସଙ୍କ ଟାର୍ଗେଟରେ କଙ୍ଗନା । ଆଗାମୀ ନିର୍ବାଚନକୁ ନେଇ କଳ୍ପନାଜଳ୍ପାନା କରିବାରୁ ରାଗିଲେ ସୋସିଆଲ ମିଡିଆ ୟୁଜର୍ସ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: କଙ୍ଗନା ରଣାୱତ ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ରୁହନ୍ତି । ସେ ଦେଶର ସବୁ ପ୍ରସଙ୍ଗରେ ପ୍ରାୟତଃ ନିଜ ପ୍ରତିକ୍ରିୟା ରଖନ୍ତି । ହେଲେ କେବେ କେବେ ନିଜ ବିବାଦୀୟ ବୟାନ ପାଇଁ ସେ ଟ୍ରୋଲର୍ସଙ୍କ ସମାଲୋଚନାର ଶିକାର ମଧ୍ୟ ହୁଅନ୍ତି । ଏଥର ମଧ୍ୟ ସମାନ ଘଟଣା ଘଟିଛି । 2024 ନିର୍ବାଚନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ଟ୍ବିଟ କରି ହଟହଟା ଅଭିନେତ୍ରୀ।

କଙ୍ଗନା ଏକ ରିପୋର୍ଟ ସେୟାର କରି 2024ରେ ହେବାକୁ ଥିବା ନିର୍ବାଚନର ଫଳାଫଳ ଦାବି କରିଛନ୍ତି। ଏହି ରିପୋର୍ଟ ପୋଷ୍ଟ କରି ସେ ଲେଖିଛନ୍ତି, ‘ମୁଁ ନିଶ୍ଚିତ କରି କହୁଛି ଯେ 2024 ମସିହାରେ ଭାରତର ପ୍ରଧାନମନ୍ତ୍ରୀ ମଧ୍ୟ ନରେନ୍ଦ୍ର ମୋଦି ହେବେ।’

ତାଙ୍କୁ ଏହି ଟ୍ବିଟକୁ ଆଧାର କରି ସେପଟେ ଟ୍ରୋଲର୍ସ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି । ଜଣେ ୟୁଜର ଲେଖିଛନ୍ତି, ‘କଙ୍ଗନା ମୁଁ ଆପଣଙ୍କ ବଡ ଫ୍ୟାନ । ହେଲେ ବିଜେପିର ଗୋଟିଏ ନିୟମ ହେଲା 75 ବର୍ଷରୁ ଅଧିକ ବୟସ୍କ ଲୋକ ନିର୍ବାଚନ ଲଢିବେ ନାହିଁ । ଯାହାକୁ ମୋଦି ନିଜେ ନିର୍ଦ୍ଧାରିତ କରିଛନ୍ତି । 2024ରେ ମୋଦି ମଧ୍ୟ 75 ବର୍ଷ ବୟସରୁ ଅଧିକ ହେବ । ଆଉ ସେହି ସମୟରେ ଯଦି ସେ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବେ ତେବେ ତାଙ୍କର ଅପମାନ ହେବନି କି ।’ ଏହିପରି ଅନେକ ପ୍ରଶ୍ନ ପଚାରି ଟ୍ରୋଲ କରାଯାଉଛି ।

ABOUT THE AUTHOR

...view details