ମୁମ୍ବାଇ: ବି-ଟାଉନର କୁଇନ କଙ୍ଗନା ରଣାୱତ ନିଜ ବିବାଦୀୟ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ସେ ପ୍ରାୟତଃ ସାମାଜିକ ପ୍ରସଙ୍ଗରେ ନିଜ ମତାମତ ଦେଉଥିବାର ଦେଖାଯାଆନ୍ତି । ଦେଶରୁ ନେଇ ବିଦେଶର ସବୁ ପ୍ରସଙ୍ଗରେ ସେ ପ୍ରତିକ୍ରିୟା ରଖନ୍ତି । ଇତିମଧ୍ୟରେ ନୂଆ ଟ୍ବିଟକୁ ନେଇ ଚର୍ଚ୍ଚାରେ ଅଭିନେତ୍ରୀ । ହେଲେ ଏଥର ସେ ଆମେରିକାକୁ ଟାର୍ଗେଟ କରିଛନ୍ତି ।
ଆମେରିକା ଉପରେ ରାଗିଲେ କୁଇନ୍ - ଆମେରିକାକୁ ଟାର୍ଗେଟ କଲେ କଙ୍ଗନା ରଣାୱତ
ଏଥର ଟ୍ବିଟ କରି ଆମେରିକା ଉପରେ ଅସନ୍ତୋଷ ପ୍ରକାଶ କଲେ କଙ୍ଗନା । ଭାରତକୁ ନେଇ ମିଥ୍ୟା ରିପୋର୍ଟ ପ୍ରକାଶ କରିବା ଅଭିଯୋଗ ଆଣିଲେ ଅଭିନେତ୍ରୀ । ଅଧିକ ପଢନ୍ତୁ...
କଙ୍ଗନାଙ୍କ ଅନୁଯାୟୀ ଭାରତରେ କୋରୋନା ସ୍ଥିତିକୁ ନେଇ ଆମେରିକାରେ ଭୁଲ ରିପୋର୍ଟ ପ୍ରସାରଣ କରାଯାଉଛି । ଆଉ ମିଥ୍ୟା ଫଟୋ ମଧ୍ୟ ସେୟାର କରୁଛି ଆମେରିକା । ସେହିପରି ସେ ଟ୍ବିଟରେ ଲେଖିଛନ୍ତି, ‘ଗ୍ୟାସ୍ ଲିକ୍ ହେବାର 11 ମାସର ଫଟୋ ଏବଂ ମହାମାରୀ ବିଷୟରେ ଆତଙ୍କିତ ବିସ୍ତାର କରିବା ପାଇଁ ସେହି ସମୟର ମୃତଦେହକୁ ବ୍ୟବହାର କରୁଥିବାରୁ ଆମେରିକାକୁ ଲଜ୍ୟା ଲାଗିବା କଥା । ସ୍ବାଧୀନତା ବିଷୟରେ ଆମେରିକା କଣ ଭାବୁଛି? ମନେରଖ, ତୁମେ ଟ୍ରମ୍ପଙ୍କ ସହ କଣ କରିଛ ଏବଂ ଗଣତନ୍ତ୍ର ନାମରେ ତୁମେ ନିଜକୁ ଚୀନକୁ କିପରି ବିକ୍ରି କଲ? ବର୍ତ୍ତମାନ ସବୁ ବନ୍ଦ କର, ମିଥ୍ୟା ପ୍ରଚାର କର ନାହିଁ ।’
ସେପଟେ କଙ୍ଗନାଙ୍କ ଏହି ଟ୍ବିଟ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ବର୍ତ୍ତମାନ ଫ୍ୟାନ୍ସଙ୍କ କମେଣ୍ଟ ଏହି ଟ୍ବିଟରେ ଦେଖିବାକୁ ମିଳୁଛି ।