ମୁମ୍ବାଇ: ବି-ଟାଉନର କୁଇନ କଙ୍ଗନା ରଣାୱତଙ୍କ ବିବାଦୀୟ ବୟାନ ପାଇଁ ନିକଟରେ ତାଙ୍କ ଟ୍ବିଟର ଆକାଉଣ୍ଟ ରଦ୍ଦ କରାଯାଇଥିଲା । ଶୁଣିବାକୁ ମିଳୁଛି ଯେ ସବୁଦିନ ପାଇଁ ସସପେଣ୍ଡ ହୋଇଯାଇଛି ତାଙ୍କ ଆକାଉଣ୍ଟ । ହେଲେ ସେ କେଉଁ ଚୁପ୍ ବସିବା ଝିଅ । ସାମାଜିକ ଏବଂ ରାଜନୈତିକ ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖିବାକୁ ସେ ଆଉ ଏକ ପ୍ଲାଟଫର୍ମ ବାଛିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ।
ଶୁଣିବାକୁ ମିଳୁଛି ଯେ କଙ୍ଗନା ନିଜ ମତାମତା ରଖିବା ପାଇଁ ଏଥର ସ୍ବଦେଶୀ ଆପ୍ ‘କୋ’(koo) ଚୟନ କରିଛନ୍ତି । କାରଣ ଏହି ଆପ୍ ବର୍ତ୍ତମାନ କଙ୍ଗନାଙ୍କୁ ସପୋର୍ଟ କରୁଥିବାର ନଜର ଆସୁଛି ।