ଓଡିଶା

odisha

ETV Bharat / sitara

‘ଧାକଡ’ କ୍ରୁ ମେମ୍ବର୍ସଙ୍କ ସହ କୁଇନ, ଫ୍ରେଞ୍ଚ ନିର୍ଦ୍ଦେଶକଙ୍କ କଲେ ପ୍ରଶଂସା

ଭାଇରାଲ ହେଲା କଙ୍ଗନାଙ୍କ ଟ୍ବିଟ । ‘ଧାକଡ’ ଫିଲ୍ମ କ୍ରୁ ମେମ୍ବର୍ସଙ୍କ ସହ ଆସିଲେ ନଜର । ‘ଧାକଡ’ ଜରିଆରେ ଦମଦାର ଆକ୍ସନ ଷ୍ଟଣ୍ଟ ନେଇ ଫେରିବେ କୁଇନ । ଅଧିକ ପଢନ୍ତୁ...

By

Published : Jan 4, 2021, 2:54 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ

ମୁମ୍ବାଇ: କଙ୍ଗନା ରଣାୱତ ଏବେ ନିଜ ଆଗାମୀ ଆକ୍ସନ ଡ୍ରାମା ଫିଲ୍ମ ‘ଧାକଡ’କୁ ନେଇ ଖୁବ୍ ବ୍ୟସ୍ତ । ସେ ଫିଲ୍ମରେ ଜଣେ ଜାସୁସ ଭୂମିକାରେ ଦେଖାଯିବେ । ନିକଟରେ ଏହି ଫିଲ୍ମରେ ସାମିଲ ହୋଇଥିଲେ ଲୋକପ୍ରିୟ ଅଭିନେତା ଅର୍ଜୁନ ରାମପାଲ । ଆଉ ସୋମବାର କଙ୍ଗନା ପୁରା କ୍ରୁ ମେମ୍ବରଙ୍କ ସହ ସୋସିଆଲ ମିଡିଆରେ ନଜର ଆସୁଛନ୍ତି । ଏହାସହ ସେ ଜାପାନିଜ୍ ନିର୍ଦ୍ଦେଶକ ଏବଂ ଫଟୋଗ୍ରାଫର ଟେଟସୁ ନାଗାଟାଙ୍କ ପ୍ରଶଂସା ମଧ୍ୟ କରିଛନ୍ତି । ଯିଏ ଏକାଡେମୀ ଆୱାର୍ଡ ବିଜେତା ।

ଫଟୋ ଟ୍ବିଟରରେ ପୋଷ୍ଟ କରି ସେ ଲେଖିଛନ୍ତି, ‘ଧାକଡ ପାଇଁ ଆମେ ଲେଜେଣ୍ଡ ଫ୍ରେଞ୍ଚ ନିର୍ଦ୍ଦେଶକ ଏବଂ ଫଟୋଗ୍ରାଫର ଟେଟସୁ ନାଗାଟଙ୍କ ସହ ସାମିଲ ହୋଇଛୁ । ଯିଏ ନିଜ ମହାନ କାମ ପାଇଁ ଏକାଡେମୀ ପୁରସ୍କାରରେ ପୁରସ୍କୃତ । ଏହାସହ ଅନ୍ତର୍ଜାତୀୟ ଆକ୍ସନ କ୍ରୁ ମେମ୍ବର ରାଜି ଘାଇଙ୍କ ମଧ୍ୟ ଆମ ସହ ଅଛନ୍ତି । ଆଶା କରୁଛୁ ଯାହାଙ୍କ ସହ ପୁରା ବିଶ୍ବ ସ୍ପାଇ ଥ୍ରିଲର କାହାଣୀ ଦେଖିପାରିବ ।’

ପ୍ରକାଶ ଥାଉକି ‘ଧାକଡ’ ଫିଲ୍ମରେ ନିର୍ଦ୍ଦେଶନା ଦାୟିତ୍ବ ରଜନୀଶ ଘାଇ ତୁଲାଉଥିବା ବେଳେ ସୋହେଲ ମାକଲାଇ ଏହାର ପ୍ରଯୋଜନା କରୁଛନ୍ତି । 2019ରେ ଫିଲ୍ମର ଟିଜର ଭିଡିଓ ଜାରି କରାଯାଇଥିଲା । ସେହିପରି ‘ଧାକଡ’ରେ କଙ୍ଗନାଙ୍କ ଆକ୍ସନ ଅବତାର ଦେଖିବାକୁ ଉତ୍ସାହିତ ଫ୍ୟାନ୍ସ ।

ABOUT THE AUTHOR

...view details