ମୁମ୍ବାଇ: ସୁପରଷ୍ଟାର ଆମୀର ଖାନଙ୍କ ଲାଡଲୀ ଇରା ଖାନ ନିକଟରେ ନିଜ ଡିପ୍ରେସନ କଥା କହି ଚର୍ଚ୍ଚାରେ ଆସିଥିଲେ । ସେ ୱାର୍ଲ୍ଡ ମେଣ୍ଟଲ ହେଲ୍ଥ ଡେରେ ନିଜ ଡିପ୍ରେସନ ବିଷୟରେ କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ଯାହା ଉପରେ ପ୍ରତିକ୍ରିୟା ଦେଇଛନ୍ତି କଙ୍ଗନା ରଣାୱତ। ଖାଲି ଏତିକି ନୁହେଁ ସେ ନିଜ ଡିପ୍ରେସନ କଥା ମଧ୍ୟ କହିଛନ୍ତି ।
ଇରାଙ୍କ ଡିପ୍ରେସନ ଭିଡିଓରେ କଙ୍ଗନାଙ୍କ ବୟାନ - ଆମୀର ଖାନଙ୍କ ଝିଅ ଇରା ଖାନଙ୍କ ଡିପ୍ରେସନ ଚର୍ଚ୍ଚା
ପୁଣି ଚର୍ଚ୍ଚାକୁ ଆସିଲେ କଙ୍ଗନା । ଏଥର ସେ ଷ୍ଟାର କିଡ ଇରା ଖାନଙ୍କ ସୋସିଆଲ ମିଡିଆ ପୋଷ୍ଟରେ ପ୍ରତିକ୍ରିୟା ଦେଇ ନିଜ ମାନସିକ ଚିନ୍ତା ବିଷୟରେ ଜଣାଇଛନ୍ତି ।
![ଇରାଙ୍କ ଡିପ୍ରେସନ ଭିଡିଓରେ କଙ୍ଗନାଙ୍କ ବୟାନ ଡିଜାଇନ ଫଟୋ](https://etvbharatimages.akamaized.net/etvbharat/prod-images/768-512-9149924-936-9149924-1602514029132.jpg)
କିଛି ଦିନରୁ ବଲିଉଡରେ ପରିବାରବାଦ ଅଭିଯୋଗ କରୁଥିବା କଙ୍ଗନା, ଇରାଙ୍କ ଭିଡିଓ ସେୟାର କରି ଟ୍ବିଟରେ ଲେଖିଛନ୍ତି, ‘16 ବର୍ଷ ବୟସରେ ମୁଁ ମାରପିଟର ସାମ୍ନା କରିଥିଲି । ଏସିଡ ପୀଡିତା ଭଉଣୀର ଯତ୍ନ ନେଉଥିଲି। ଡିପ୍ରେସନର ଅନେକ କାରଣ ଥାଇପାରେ କିନ୍ତୁ ଭାଙ୍ଗି ଯାଇଥିବା ପରିବାରର ପିଲାମାନଙ୍କ ପାଇଁ ଏହା ବହୁତ କଷ୍ଟସାଧ୍ୟ । ପାରମ୍ପାରିକ ପରିବାର ବ୍ୟବସ୍ଥା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।’
ଆମୀରଙ୍କ ଝିଅ ଇରା ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରି ଜଣାଇଥିଲେ ଯେ ଗତ ଚାରି ବର୍ଷରୁ ସେ ଡିପ୍ରେସନରେ ରହିଆସୁଛନ୍ତି । ତାଙ୍କ ପାଖରେ ସବୁକିଛି ଅଛି ତେବେ ସେ କାହିଁକି ଡିପ୍ରେସନରେ ଅଛନ୍ତି ବୋଲି ଫ୍ୟାନ୍ସଙ୍କୁ ପ୍ରଶ୍ନ କରିଥିଲେ ।