ଓଡିଶା

odisha

By

Published : Dec 3, 2020, 1:53 PM IST

ETV Bharat / sitara

‘ବିଗବସ 13’ ଫେମ ହିମାଂଶୀଙ୍କୁ ବ୍ଲକ କଲେ କୁଇନ

ହିମାଂଶୀଙ୍କ ଉପରେ ଅସନ୍ତୋଷ ହୋଇ ତାଙ୍କୁ ଟ୍ବିଟରରୁ ବ୍ଲକ କଲେ କଙ୍ଗନା । ନିକଟରେ କୃଷକ ଆନ୍ଦୋଳନରେ କରିଥିବା ଟ୍ବିଟର ବିରୋଧ କରିଥିଲେ ହିମାଂଶୀ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ପୁଣି କଙ୍ଗନା ରଣାୱତକୁ ନେଇ ନୂଆ ଚର୍ଚ୍ଚା । ଏଥର ସେ ରିୟାଲିଟି ଶୋ ‘ବିଗବସ 13’ର ଏକ୍ସ ପ୍ରତିଯୋଗୀ ତଥା ପଞ୍ଜାବୀ ଅଭିନେତ୍ରୀ ହିମାଂଶୀ ଖୁରାନାଙ୍କୁ ନିଜ ଟ୍ବିଟର ଆକାଉଣ୍ଟରେ ବ୍ଲକ କରିଦେଇଛନ୍ତି । ଯାହାକୁ ନେଇ ଖପ୍ପା ହିମାଂଶୀ । ନିକଟରେ କଙ୍ଗନା କୃଷକ ଆନ୍ଦୋଳନକୁ ଉପରେ ଏକ ବିବାଦୀୟ ଟ୍ବିଟ କରିଥିଲେ । ଯାହାର ନିନ୍ଦା କରିଥିଲେ ହିମାଂଶୀ । ଏହି କାରଣ ପାଇଁ ବର୍ତ୍ତମାନ ତାଙ୍କୁ ବ୍ଲକ କରିଦେଇଛନ୍ତି ସେ । ଏହାର ସୂଚନା ହିମାଂଶୀ ନିଜେ ସୋସିଆଲ ମିଡିଆରେ ଦେଇଛନ୍ତି ।

ସେପଟେ ହିମାଂଶୀ ଯେଉଁ ସ୍କ୍ରିନସଟ ପୋଷ୍ଟ କରିଛନ୍ତି ତାହା କଙ୍ଗନାଙ୍କ ଟ୍ବିଟର ହ୍ୟାଣ୍ଡଲର । ଯାହାର ତଳେ ଲେଖାଯାଇଛି, ‘କଙ୍ଗନା ଟିମ ତୁମକୁ ବ୍ଲକ କରିଦେଇଛନ୍ତି ।’ ଆଉ ଏହାର କ୍ୟାପସନରେ ହିମାଂଶୀ ଲେଖିଛନ୍ତି, ‘ୱୋ କରତା ବ୍ଲକ ।’

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହିମାଂଶୀ ଖୁରାନା

ପ୍ରକାଶ ଥାଉକି କଙ୍ଗନାଙ୍କ ନିନ୍ଦା କରି ହିମାଂଶୀ ଲେଖିଥିଲେ, ‘ଏବେ ସେ ଜଣେ ପ୍ରବକ୍ତା ସାଜିଛନ୍ତି । କଥାକୁ କିପରି ଭୁଲ ଆଙ୍ଗେଲ ଦିଆଯିବ କେହି ତାଙ୍କଠୁ ଶିଖନ୍ତୁ ।’ ସେହିପରି କଙ୍ଗନା କୃଷକ ଆନ୍ଦୋଳନରେ ବିରୋଧ କରି ଏକ ଆର୍ଟିକିଲ ସେୟାର କରିଥିଲେ । ଆଉ କହିଥିଲେ, ‘ଅଥରିଟିଜ ଏହି ପରିସ୍ଥିତିକୁ ଆୟତରେ ନିଅନ୍ତୁ । ଆଶା କରେ, ସରକାର ଜାତୀୟ ବିରୋଧୀ ଉପାଦାନଗୁଡ଼ିକର ଲାଭ ଉଠାଇବାକୁ ଅନୁମତି ଦେବେ ନାହିଁ ଏବଂ ରକ୍ତ ଶୋଷୁଥିବା ଶୃଗାଳ ଏବଂ ଦେଶକୁ ଖଣ୍ଡ ଖଣ୍ଡ କରୁଥିବା ଗ୍ୟାଙ୍ଗ ପାଇଁ ଆଉ ଏକ ଶାହିନ୍ ବାଗ ଦଙ୍ଗା ସୃଷ୍ଟି କରିବେ ନାହିଁ ।’

ABOUT THE AUTHOR

...view details