ଓଡିଶା

odisha

ETV Bharat / sitara

ସାରା-ସୁଶାନ୍ତଙ୍କ ରିଲେସନଶିପ ଉପରେ ପ୍ରତିକ୍ରିୟା ଦେଲେ କଙ୍ଗନା - ସାରା-ସୁଶାନ୍ତଙ୍କ ରିଲେସନଶିପ ଉପରେ ପ୍ରତିକ୍ରିୟା ଦେଲେ କଙ୍ଗନା

ଚର୍ଚ୍ଚାରେ ଏବେ ସୁଶାନ୍ତ ଓ ସାରାଙ୍କ ରିଲେସନଶିପ । ଯାହାକୁ ଆଧାର କରି ସାରାଙ୍କୁ ସମାଲୋଚନା କଲେ ବି-ଟାଉନ କୁଇନ ।

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Aug 20, 2020, 7:54 PM IST

ମୁମ୍ବାଇ: ଫେମସ ଅଭିନେତ୍ରୀ କଙ୍ଗନା ରଣାୱତ ସ୍ବର୍ଗୀୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ବିନ୍ଦାସ ପ୍ରତିକ୍ରିୟା ଦେଉଥିବାର ଦେଖାଯାଉଛନ୍ତି । ସେ ଏହି କେସରେ ପୂର୍ବରୁ ମହେଶ ଭଟ୍ଟ, କରନ ଜୋହର ସମେତ ଅନେକ ଷ୍ଟାର କିଡ୍ସଙ୍କୁ ଟାର୍ଗେଟ କରିସାରିଛନ୍ତି । ସେହିପରି ଏବେ ତାଙ୍କ ଟାର୍ଗେଟରେ ଆସିଛନ୍ତି ଚୁଲବୁଲି ଅଭିନେତ୍ରୀ ସାରା ଅଲ୍ଲୀ ଖାନ ।

କଥାଟି ହେଲା ଯେ ସୁଶାନ୍ତଙ୍କ ବନ୍ଧୁ ସାମୁଅଲ ଇନଷ୍ଟାଗ୍ରାମରେ ସାରା ଓ ସୁଶାନ୍ତଙ୍କ ରିଲେସନଶିପ ବିଷୟରେ ଖୁଲାସା କରିଥିଲେ । ଯେଉଁଥିରେ ସେ ଜଣାଇଥିଲେ ‘କେଦାରନାଥ’ ଫିଲ୍ମ ସୁଟିଂରୁ ନେଇ ରିଲିଜ ପର୍ଯ୍ୟନ୍ତ ସୁଶାନ୍ତ-ସାରା ପରସ୍ପର ସହ ରିଲେସନଶିପରେ ଥିଲେ । ହେଲେ ସୁଶାନ୍ତଙ୍କ ଫିଲ୍ମ ‘ସୋନଚିରୈୟା’ ଫ୍ଲପ ହେବା ପରେ ସାରା ତାଙ୍କ ସହ ସମ୍ପର୍କ ଭାଙ୍ଗି ଦେଇଥିଲେ । ସାରା ଏହି ନିଷ୍ପତ୍ତି ବଲିଉଡର ମୁଭି ମାଫିଆଙ୍କ ଚାପରେ ଆସି ନେଇଥିଲେ ।

ସାମୁଅଲଙ୍କ ଏହି ପୋଷ୍ଟକୁ ସେୟାର କରି କଙ୍ଗନା ଏକ ଟ୍ବିଟରେ ଲେଖିଛନ୍ତି, ‘ସାରା ଓ ସୁଶାନ୍ତଙ୍କ ରିଲେସନଶିପ କଥା ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଆଉଟଡୋର ସୁଟ ସମୟରେ ଦୁଇଜଣ ଏକାଠି ରହୁଥିଲେ । ତାହାଲେ କାହିଁକି ଏହି ଫ୍ୟାନ୍ସି ନେପେଟଜିମ କିଡ୍ସ ସମ୍ବେଦନଶୀଳ ଆଉଟସାଇଡର୍ସଙ୍କୁ ରଙ୍ଗୀନ ସ୍ବପ୍ନ ଦେଖାଉଛନ୍ତି । ପରେ ପବ୍ଲିକାଲି ଡମ୍ପ କରୁଛନ୍ତି । ନିହାତି ଏହାପରେ ସୁଶାନ୍ତ ରିଆଙ୍କ ଜାଲରେ ଫସି ଯାଇଥିଲେ ।’

For All Latest Updates

ABOUT THE AUTHOR

...view details