ଓଡିଶା

odisha

By

Published : Mar 10, 2020, 7:30 PM IST

ETV Bharat / sitara

ଝିଅକୁ ଟ୍ରୋଲିଂ, ଜବାବ ରଖିଲେ କାଜୋଲ

ସୋସିଆଲ ମିଡିଆରେ ଷ୍ଟାର୍ସ କିମ୍ବା ଷ୍ଟାରକିଡ୍ସ ସାମାନ୍ୟ କଥାକୁ ନେଇ ଟ୍ରୋଲର୍ସଙ୍କ ଶିକାର ହୋଇଥାଆନ୍ତି। ଷ୍ଟାରକିଡ ଟ୍ରୋଲିଂ ମାମଲାରେ ଟ୍ରୋଲର୍ସଙ୍କ ହିଟ୍ ଲିଷ୍ଟରେ କାଜୋଲଙ୍କ ଝିଅ ନ୍ୟାସା ଟପରେ। ଏହି ମାମଲା ଉପରେ ବୟାନ ଦେଇ ଚର୍ଚ୍ଚାରେ ବର୍ତ୍ତମାନ କାଜୋଲ।

actress kajol reaction
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନ୍ୟାସା ଦେବଗନ

ମୁମ୍ବାଇ: ସିଂଘମ ଅଜୟ ଦେବଗନ ଓ କାଜୋଲଙ୍କ ଲାଡଲୀ ନ୍ୟାସା ଦେବଗନ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ନଜର ଆସନ୍ତି। କେବେ ସୋସିଆଲ ମିଡିଆରେ ତାଙ୍କର ପ୍ରଶଂସା ହୋଇଥାଏ ଆଉ କେବେ ତାଙ୍କୁ ଖୁବ୍ ଟ୍ରୋଲ କରନ୍ତି ଟ୍ରୋଲର୍ସ। ଗତ ବର୍ଷ ଝିଅଙ୍କୁ ଟ୍ରୋଲ କରାଯାଉଥିବା ମାମଲାରେ ଅଜୟ ନିଜ ପ୍ରତିକ୍ରିୟା ରଖିଥିଲେ। ଆଉ ଏବେ କାଜୋଲ ବୟାନ ଦେଇଛନ୍ତି।

କଥାଟି ହେଲା ଯେ ଷ୍ଟାରକିଡ ପ୍ରାୟତଃ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥାଆନ୍ତି। ଅନେକଥର ଏହାର ଫାଇଦା ମିଳୁଥିବା ବେଳେ ଏହାର କ୍ଷତି ମଧ୍ୟ ସହିଥାଆନ୍ତି କିଡ୍ସ। ସେହିପରି ଟ୍ରୋଲିଂ ମାମଲାରେ ନ୍ୟାସା ଟପରେ। କାରଣ ତାଙ୍କ ଆଉଟଫିଟ ଓ ତାଙ୍କ ଲୁକ୍ସକୁ ନେଇ ସେ ଟ୍ରୋଲର୍ସଙ୍କ ଶିକାର ହୋଇଥାଆନ୍ତି।

ଏକ ସାକ୍ଷାତକାରରେ କଥାବାର୍ତ୍ତା କରି କାଜୋଲ କହିଥିଲେ ଯେ ଏହା ବହୁତ ଖରାପ କଥା। ତାଙ୍କ ଅନୁଯାୟୀ ମାତା-ପିତା ରୂପେ ଯଦି ତାଙ୍କ ପିଲାଙ୍କୁ ସାମାନ୍ୟ ଆଘାତ ଲାଗୁଛି ତେବେ ଚିନ୍ତିତ ହୋଇ ଉଠନ୍ତି ସବୁ ବାପା-ମା । କାରଣ ଆପଣ ସବୁବେଳେ ସମସ୍ୟାରୁ ନିଜ ସନ୍ତାନକୁ ବଞ୍ଚାଇବାକୁ ଚେଷ୍ଟା କରିଥାଆନ୍ତି।

ଏମିତିରେ ଯେବେ ମଧ୍ୟ ନ୍ୟାସାଙ୍କୁ ଟ୍ରୋଲ କରାଯାଉଛି, ମା' ରୂପେ ଏହାକୁ ଖୁବ୍ ଖରାପ ଲାଗୁଛି। ଭଗବାନଙ୍କୁ ଧନ୍ୟବାଦ ନ୍ୟାସା ସେହି ସମୟରେ ଏଠାରେ ନଥିଲେ ଯେବେ ତାଙ୍କ ଲୁକକୁ ନେଇ ଖୁବ୍ ଟ୍ରୋଲ କରାଯାଇଥିଲା । ସେହି ସମୟରେ ସେ ସିଙ୍ଗାପୁରରେ ଥିଲେ । ଯାହାଦ୍ବାରା ତାଙ୍କୁ ଜଣାନଥିଲା କଣ ଚାଲିଛି । ହେଲେ ସୋସିଆଲ ମିଡିଆ ତ ସୋସିଆଲ ମିଡିଆ । ଯାହା ସୁବ ସ୍ଥାନରେ ଅଛି । ସେ ସବୁବେଳେ ନିଜ ପିଲାଙ୍କୁ ଶିଖାଉଛନ୍ତି ଟ୍ରୋଲିଂ ହେବା ଜୀବନରେ ଗୋଟିଏ ଛୋଟ କଥା। ଏହାକୁ ଅଣଦେଖା କରି ଜୀବନରେ ଆଗକୁ ବଢିବାକୁ ପଡିଥାଏ । ତେଣୁ ସେ ଟ୍ରୋଲିଂ ଉପରେ ଖାସ୍ ଧ୍ୟାନ ଦିଅନ୍ତି ନାହିଁ।

ABOUT THE AUTHOR

...view details