ଓଡିଶା

odisha

By

Published : Nov 23, 2020, 1:10 PM IST

ETV Bharat / sitara

କାର୍ତ୍ତିକଙ୍କୁ ଜାହ୍ନବୀଙ୍କ ସ୍ପେଶାଲ ବର୍ଥଡେ ୱିଶ

ଭାଇରାଲ ହେଉଛି କାର୍ତ୍ତିକଙ୍କ ସହ ଜାହ୍ନବୀଙ୍କ ପୁରୁଣା ଫଟୋ । ରବିବାର ଇନଷ୍ଟାଗ୍ରାମରେ ସେୟାର କରିଥିଲେ ଜାହ୍ନବୀ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜାହ୍ନବୀ କପୁର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜାହ୍ନବୀ କପୁର

ମୁମ୍ବାଇ: ଲୋକପ୍ରିୟ ଅଭିନେତା କାର୍ତ୍ତିକ ଆର୍ୟନ ରବିବାର ନିଜର 30ତମ ଜନ୍ମଦିନ ପାଳନ କରିଥିଲେ । ବହୁତ କମ ସମମରେ ସମସ୍ତଙ୍କ ଫେଭରେଟ ସାଜିଥିବା କାର୍ତ୍ତିକଙ୍କ ଜନ୍ମ ଦିନ ଯେତିକି ଫ୍ୟାନ୍ସଙ୍କ ପାଇଁ ଖାସ୍ ଥିଲା ସେତିକି ସେଲିବ୍ରିଟିଙ୍କ ପାଇଁ ମଧ୍ୟ । କାରଣ ନିଜର ଅଭିନୟ ଜରିଆରେ ସେ ବଲିଉଡର ଗ୍ଲେହା ପୁଅ ସାଜିଛନ୍ତି । ରବିବାର ତାଙ୍କ ସୋସିଆଲ ମିଡିଆ ବର୍ଥଡେ ୱିଶରେ ଭର୍ତ୍ତି ହୋଇଯାଇଥିଲା । ସେପଟେ ଅଭିନେତ୍ରୀ ଜାହ୍ନବୀ କପୁର ମଧ୍ୟ କାର୍ତ୍ତିକଙ୍କୁ ସ୍ପେଶାଲ ୱିଶ କରିଥିଲେ ।

ସେ ଇନଷ୍ଟାଗ୍ରାମ ଷ୍ଟୋରିରେ କାର୍ତ୍ତିକଙ୍କ ସହ ନିଜର ଏକ ପୁରୁଣା ଫଟୋ ପୋଷ୍ଟ କରି ଲେଖିଥିଲେ, ‘ହାପି ବର୍ଥଡେ ।’ ଫଟୋରେ ଜାହ୍ନବୀ ଓ କାର୍ତ୍ତିକ ପରସ୍ପରକୁ ରୋମାଣ୍ଟିକ ଅନ୍ଦାଜରେ ଦେଖୁଥିବାର ନଜର ଆସୁଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜାହ୍ନବୀ କପୁର

ନିଜ ଜନ୍ମଦିନରେ କାର୍ତ୍ତିକ ଫ୍ୟାନ୍ସଙ୍କୁ ଗିଫ୍ଟ ଦେବାକୁ ଯାଉ ନିଜ ଆଗାମୀ ଫିଲ୍ମର ଘୋଷଣା କରିଥିଲେ । ସେ ରାମ ମାଧବାନିଙ୍କ ଆକ୍ସନ, ଥ୍ରିଲର ଫିଲ୍ମ ‘ଧମାକା’ରେ ନଜର ଆସିବେ । ଯାହାର ମୋଶନ ପୋଷ୍ଟର ସେ ଇନଷ୍ଟାଗ୍ରାମ ମଧ୍ୟ ସେୟାର କରିଛନ୍ତି ।

ABOUT THE AUTHOR

...view details