ଓଡିଶା

odisha

By

Published : Jul 16, 2020, 6:07 PM IST

ETV Bharat / sitara

ଅଗଷ୍ଟ 12ରେ ଜାହ୍ନବୀଙ୍କ ‘ଗୁଞ୍ଜନ ସକ୍ସେନା’

ଜାରି ହେଲା ‘ଗୁଞ୍ଜନ ସକ୍ସେନା’ ଫିଲ୍ମର ତିନୋଟି ମୋଶନ ପୋଷ୍ଟର। ଏହାସହ ସାମ୍ନାକୁ ଆସିଲା ଫିଲ୍ମ ରିଲିଜ ତାରିଖ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜାହ୍ନବୀ କପୁର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜାହ୍ନବୀ କପୁର

ମୁମ୍ବାଇ: ‘ଧଡକ’ ଫେମ ଜାହ୍ନବୀ କପୁର ଏବେ ନିଜ ଅପକମିଂ ଫିଲ୍ମ ‘ଗୁଞ୍ଜନ ସକ୍ସେନା: ଦ କାରଗିଲ ଗାର୍ଲ’କୁ ନେଇ ଚର୍ଚ୍ଚାରେ । ଦୀର୍ଘ ସମୟରୁ ଫିଲ୍ମ ଦେଖିବାକୁ ଅପେକ୍ଷା କରିଛନ୍ତି ଫ୍ୟାନ୍ସ। ନିକଟରେ ଓଟିଟି ପ୍ଲାଟଫର୍ମରେ ଫିଲ୍ମକୁ ରିଲିଜ କରିବାର ଘୋଷଣା କରିଥିଲେ ମେକର୍ସ । ଆଉ ଏବେ ଫିଲ୍ମର ରିଲିଜ ତାରିଖ ଘୋଷଣା ହେବା ସହ ତିନୋଟି ନୂଆ ମୋଶନ ପୋଷ୍ଟର ମଧ୍ୟ ଜାରି କରାଯାଇଛି । ଆଜ୍ଞା ହଁ, ଫିଲ୍ମ ଅଗଷ୍ଟ 12ରେ ନେଟଫ୍ଲିକ୍ସରେ ରିଲିଜ ହେବାକୁ ଯାଉଛି।

ଜାହ୍ନବୀ ଫିଲ୍ମ ରିଲିଜ ତାରିଖ ବିଷୟରେ ସୂଚନା ଦେଇ ଲେଖିଛନ୍ତି, ‘କାଗରିଲ ଯୁଦ୍ଧରେ ଭାରତର ପ୍ରଥମ ମହିଳା ବାୟୁ ସେନା ଅଧିକାରୀଙ୍କ କାହାଣୀ ନେଇ ଆସିବା ପାଇଁ ମୁଁ ଗର୍ବିତ ଅନୁଭବ କରୁଛି । ଆଶା କରୁଛି ଏହି ଯାତ୍ରା ମୋ ଭଳି ଆପଣଙ୍କୁ ମଧ୍ୟ ଖୁବ୍ ପ୍ରଭାବିତ କରିବ। ଗୁଞ୍ଜନ ସକ୍ସେନା: ଦ କାରଗିଲ ଗାର୍ଲ ଅଗଷ୍ଟ 12ରେ ନେଟଫ୍ଲିକ୍ସରେ ରିଲିଜ ହେବ।’

ସେହିପରି ଶୁଣିବାକୁ ମିଳୁଛି ଯେ ଶରଣ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଦମଦାର ଟ୍ରେଲର ଆସନ୍ତା 26 ତାରିଖରେ ରିଲିଜ ହେବ। ପ୍ରକାଶ ଥାଉକି ଜାହ୍ନବୀଙ୍କ ଏହା ଦ୍ବିତୀୟ ଫିଲ୍ମ। ସେ ‘ଧଡକ’ ଜରିଆରେ ବଲିଉଡରେ ପଦାର୍ପଣ କରିଥିଲେ। ଏହି ଫିଲ୍ମ ବ୍ୟତୀତ ଜାହ୍ନବୀଙ୍କ ହାତରେ ‘ଦୋସ୍ତାନା-2’ ଓ ‘ରୁହି ଅଫଜା’ ଅଛି । ଯାହାକୁ ନେଇ ଏକ୍ସାଇଟେଡ ଦର୍ଶକ।

For All Latest Updates

ABOUT THE AUTHOR

...view details